ଭୁବନେଶ୍ୱର୧୭/୧୨(ସତ୍ୟପାଠ ବ୍ୟୁରୋ): ରୋଚକ ସ୍ଥିତିରେ ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ । ମ୍ୟାଚ ଜିତିବାକୁ ବାଂଲାଦେଶକୁ ୫ମ ଦିନରେ ଆଉ ୨୪୧ ରନ କରିବାକୁ ହେବ ଓ ଭାରତକୁ ୪ଟି ଓ୍ବିକେଟ୍ ନେବାକୁ ହେବ ।
ତେବେ ଶନିବାର ମ୍ୟାଚର ୪ର୍ଥ ଦିନ ଖେଳ ଶେଷସୁଦ୍ଧା ବାଂଲାଦେଶ ଦଳ ୬ ଓ୍ବିକେଟ ହରାଇ ୨୭୨ ରନ କରିଛି । ଆଜିର ଦିନରେ ବାଂଲାଦେଶ ବ୍ୟାଟର ଜାକିର ହାସାନଙ୍କ ଶତକ । ଦୁଇ ଓପନର ଜାକିର ହାସାନ ଓ ନଜମୁଲ ହୁସେନ ସାଣ୍ଟୋ ଗତକାଲିର ୪୨ରନରୁ ଖେଳିବା ଆରମ୍ଭ କରି ପ୍ରଥମ ଓ୍ବିକେଟ ଯୋଡ଼ିରେ ମୋଟ ୧୨୪ରନ କରିଥିଲେ । ସାଣ୍ଟୋ ୬୭ ରନ କରି ଉମେଶ ଯାଦବଙ୍କ ବଲରେ ଆଉଟ ହୋଇଥିଲେ । କିନ୍ତୁ ଓପନିଂ ଯୋଡ଼ି ଆଉଟ ହେବା ପରେ ଦଳର ପୁଣି ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ମଧ୍ୟକ୍ରମ ବ୍ୟାଟରମାନେ ବିଶେଷ ଯୋଗଦାନ ଦେଇପାରିନଥିଲେ । ତେବେ ଅଧିନାୟକ ସାକିବୁଲ ହାସାନ ୪୦ ରନ ଓ ମେହିଦି ହାସାନ ମିରାଜ ୯ ରନ କରି ଅପରାଜିତ ଅଛନ୍ତି ।
ଭାରତ ପକ୍ଷରୁ ଅକ୍ଷର ପଟେଲ ୩ଟି ଓ୍ବିକେଟ ନେଇଥିବାବେଳେ ଉମେଶ ଯାଦବ, ଆର.ଅଶ୍ବୀନ ଓ କୁଳଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ଭାରତ ନିଜର ପ୍ରଥମ ଇନିଂସରେ ୪୦୪ ରନ କରିଥିବାବେଳେ ବାଂଲାଦେଶ ୧୫୦ ରନ କରିଥିଲା । ଭାରତ ନିଜର ୨ୟ ଇନିଂସରେ ୨୫୮ ରନ କରି ପାଳି ଘୋଷଣା କରିଥିଲା ।