ସିବିଏସଇ ଦଶମ ପରୀକ୍ଷାଫଳରେ ଗଣିତରେ କମ ନମ୍ବର ରଖିଥିବାରୁ ଛାତ୍ରଙ୍କ ଆତ୍ମହତ୍ୟା

ସାନଖେମୁଣ୍ଡି : ସୋରଳ ଷ୍ଟେସନ ପାଖରୁ ଜଣେ ଛାତ୍ର ଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଛାତ୍ର ପିତାତଳି ଆଦର୍ଶ ବିଦ୍ୟାଳୟର ସଂଗ୍ରାମ ପଟନାୟକ । ସେ ପରୀକ୍ଷାରେ କମ୍ ମାର୍କ ରଖିଥିବା ନେଇ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଶୁକ୍ରବାର ପ୍ରକାଶ ପାଇଛି ସିବିଏସଇ ଦଶମ ପରୀକ୍ଷାଫଳ । ତେବେ ସେ ଗଣିତରେ କମ ନମ୍ବର ରଖିଥିବାରୁ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ସିବିଏସଇ ଦଶମ ଟର୍ମ ୨ ବୋର୍ଡ ରେଜଲ୍ଟ ଆଜି ପ୍ରକାଶିତ ହୋଇଛି । ଏହାପୂର୍ବରୁ ସକାଳେ ଦ୍ୱାଦଶ ରେଜଲ୍ଟ ବାହାରିଥିଲା । ତେବେ ଯେଉଁ ଛାତ୍ରଛାତ୍ରୀମାନେ ଦଶମ ପରୀକ୍ଷା ଦେଇଛନ୍ତି ସେମାନେ cbseresults.nic.inରେ ନିଜର ଫଳ ଜାଣିପାରିବେ । ପରୀକ୍ଷା ଦେଇଥିବା ପ୍ରାୟ ୨୧ ଲକ୍ଷ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇଛି । ତେବେ ଚଳିତବର୍ଷ ପାସ୍ ହାର ରହିଛି ୯୪.୪ %।

ରେଜଲ୍ଟ ଜାଣିବାକୁ ପ୍ରଥମେ ଛାତ୍ରଛାତ୍ରୀଙ୍କୁ ଓ୍ୱେବସାଇଟ୍ ଲଗଇନ୍ କରିବାକୁ ହେବ । ଏହାପରେ ରୋଲ ନମ୍ବର ଓ ଜନ୍ମ ତାରିଖ ଦେଇ ସାଇନ ଅପ୍ କରିବାକୁ ହେବ । ଏହା ପରେ ରେଜଲ୍ଟ ପ୍ରଦର୍ଶିତ ହେବ ।

ସୂଚନାଯୋଗ୍ୟ, ସିବିଏସଇ ଦଶମ ଟର୍ମ ୨ ପରୀକ୍ଷା ଏପ୍ରିଲ ୨୬ରୁ ମେ ୨୪ ଯାଏଁ ଆୟୋଜିତ ହୋଇଥିଲା । ଏହାସହ ଦ୍ୱାଦଶ ପରୀକ୍ଷା ଏପ୍ରିଲ ୨୬ରୁ ଜୁନ ୧୫ରେ ହୋଇଥିଲା

Related Posts