ସ୍କୁଲ୍‌ ବସ୍‌ରେ ମଦ ପିଇ ମାତୁଆଲ ହେଲେ ଛାତ୍ରଛାତ୍ରୀ, ଭିଡିଓ ଭାଇରାଲ୍

ଚେନ୍ନାଇ: ତାମିଲନାଡୁ ଚେଙ୍ଗଲପଡ୍ଡୁ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଦୃଶ୍ୟ । ସ୍କୁଲ୍‌ ବସ୍‌ରେ ଯାଉଥିବା ବେଳେ ଛାତ୍ରଛାତ୍ରୀ ମାନେ ମିଶିକି ମଦ ପିଇ ଥିବାର ଭିଡ଼ିଓ ଭାଇରାଲ୍ ହୋଇଛି । ଯାହାକୁ ନେଇ। ଏବିହି ମାମଲା ପୋଲିସ ନିକଟରେ ପହଂଚିଛି । ଭାଇରାଲ୍ ହେଉଥିବା ଏହି ଭିଡିଓକୁ ସେହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କେହି ଜଣେ ରେକର୍ଡିଂ କରି ସୋସିଆଲ୍ ମିଡିଆରେ ଅପଲୋଡ କରିଥିବା କୁହାଯାଉଛି।

ଭିଡିଓରେ ସମସ୍ତ ଛାତ୍ରଛାତ୍ରୀ ଏକା ସାଙ୍ଗରେ ବିୟର ବୋତଲ ଖୋଲି ପିଉଥିବାର ଦେଖାଯାଇଛି। ଏମାନେ ସମସ୍ତେ ଚେଙ୍ଗଲପଡ୍ଡୁ ଜିଲ୍ଲାର ଏକ ସରକାର ସ୍କୁଲ୍‌ର ଛାତ୍ରଛାତ୍ରୀ ବୋଲି ଜଣାପଡ଼ିଛି। ପ୍ରଥମେ ପ୍ରଥମେ ଏହାକୁ ଏକ ପୁରୁଣା ଭିଡିଓ କହି ଏଡ଼ାଇ ଦିଆଯାଉଥିବା ବେଳେ ପରେ ଭିଡିଓଟି ମଙ୍ଗଳବାରର ବୋଲି ଜଣାପଡ଼ିଥିଲା। ବିଦ୍ୟାର୍ଥୀମାନେ ସ୍କୁଲ୍ ୟୁନିଫର୍ମରେ ତିରୁକାଝୁକୁନ୍ଦ୍ରମରୁ ଠାଚୁର ଯାଉଥିବା ବସ୍‌ରେ ବସି ଏପରି ଉତ୍‌ପାତ କରିଥିଲେ। ଘଟଣାରେ ଜିଲ୍ଲା ଶିକ୍ଷାଧିକାରୀ ଘଟଣାକୁ ଗୁରୁତର ସହ ନେଇ ପୁଲିସ ଦ୍ୱାରା ମାମଲାର ଯାଞ୍ଚ କରାଉଛି। ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି।

ଏହା ପୂର୍ବରୁ ୨୦୧୭ରେ ଏମିତି ଏକ ଘଟଣା ଘଟିଥିଲା କର୍ଣ୍ଣାଟକର ତୁମକୁର ଠାରେ। ଜିଲ୍ଲାର ଏକ ସରକାରୀ ସ୍କୁଲର ପ୍ରଧାନଶିକ୍ଷକ ଓ ଦୁଇ ଅନ୍ୟ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ପାଣି ବଦଳରେ ମଦ ପିଇବାକୁ ଦେଇଦେଇଥିଲେ। କାରଣ ଦୁଇ ଶିକ୍ଷକ ପୂର୍ବରୁ ନିଶାରେ ମାତାଲ ଥିଲେ। ମଦ ପିଇଥିବା ଛାତ୍ରଛାତ୍ରୀମାନେ ଯଥାକ୍ରମେ ୮,୯,୧୦ ଶ୍ରେଣୀର ଥିଲେ। ମାମଲା ଥାନାରେ ପହଞ୍ଚିବା ପରେ ଉକ୍ତ ଶିକ୍ଷକ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥିଲା । ଅଭିଯୁକ୍ତ ଶିକ୍ଷକ ମାନଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା ।

Related Posts