
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅନଲାଇନ୍ ପରୀକ୍ଷା ଦାବିରେ କଲେଜ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ତେବେ ଅଫଲାଇନ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତ ନଥିବାରୁ ଛାତ୍ରଛାତ୍ରୀମାନେ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଭଦ୍ରକ ସୟଂଶାସିତ ମହବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଫଲାଇନ ପରୀକ୍ଷାକୁ ବିରୋଧ କରିଛନ୍ତି । କରୋନା ସମୟରୁ ପାଠ ପଢାରେ ବ୍ୟାଘାତ ହୋଇଛି ଓ କଲେଜ ଖୋଲିବା ଠାରୁ ସେମିଷ୍ଟାର ପର୍ୟ୍ୟନ୍ତ ଆବଶ୍ୟକ ପାଠ୍ୟକ୍ରମ ଅନୁସାରେ ପାଠପଢା ସମ୍ପୂର୍ଣ୍ଣ ହୋଇନଥିବା କହିଛନ୍ତି ଛାତ୍ରଛାତ୍ରୀ ।
କଲେଜ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଶିକ୍ଷା ବିଭାଗ ପର୍ୟ୍ୟନ୍ତ ନିଜ ଦାବି ଉପସ୍ଥାପନ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି ଛାତ୍ରଛାତ୍ରୀ । ତେଣୁ ଅଫଲାଇନ ପରୀକ୍ଷାକୁ ବାତିଲ ସହ ଅନଲାଇନ ପରୀକ୍ଷା କରିବା ପାଇଁ ଦାବି କରି କଲେଜ ସମ୍ମୁଖରେ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।