ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ପୂର୍ବତନ ସ୍ଥଳସେନାଧ୍ୟକ୍ଷ ଜେନେରାଲ ଏସ୍.ଏଫ.ରୋଡ୍ରିଗସ୍ଙ୍କ ପରଲୋକ ଘଟିଛି । ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ସେପଟେ ଜେନେରାଲ ରୋଡ୍ରିଗ୍ସ ୧୯୯୦ରୁ ୧୯୯୩ ମସିହା ପର୍ୟ୍ୟନ୍ତ ଦେଶର ସ୍ଥଳସେନାଧ୍ୟକ୍ଷ ଥିଲେ। ସେନାରୁ ଅବସର ନେବା ପରେ ୨୦୦୪ରୁ ୨୦୧୦ ମସିହା ପର୍ୟ୍ୟନ୍ତ ପଞ୍ଜାବ ଗଭର୍ଣ୍ଣର ମଧ୍ୟ ଥିଲେ। ୮୮ ବର୍ଷ ବୟସରେ ରୋଡ୍ରିଗସଙ୍କ ପରଲୋକ ହୋଇଛି। ପୂର୍ବତନ ସେନାଧ୍ୟକ୍ଷଙ୍କ ପରଲୋକରେ ସ୍ଥଳସେନାଧ୍ୟକ୍ଷ ଜେନେରାଲ ଏମ.ଏମ. ନରୱାଣେ ଶୋକ ପ୍ରକାଶ କରିଛନ୍ତି।
ପୂର୍ବତନ ସେନାଧ୍ୟକ୍ଷଙ୍କ ବିୟୋଗ ନେଇ ସେ ଟ୍ୱିଟ୍ କରିଥିବା ବେଳେ ଭାରତୀୟ ସେନା ତାର ପୂର୍ବତନ ଚିଫ୍ ଅଫ ଆର୍ମି ଷ୍ଟାଫ (ସିଓଏଏସ୍)ଙ୍କୁ ହରାଇଲା ବୋଲି ଉଲ୍ଲେଖ କରିଛନ୍ତି। ସେ ଜଣେ ବିଚାରକ ଓ ରଣନୀତିକାର ଭାବେ ବେଶ ଜଣାଶୁଣା ଥିଲେ। ସେ ତାଙ୍କ ପଛରେ ରାଷ୍ଟ୍ରପତି ଅତ୍ୟାଧିକ ସମର୍ପଣ ଓ ସେବାର ଭାବନା ଛାଡି ଯାଇଛନ୍ତି ବୋଲି ଜେନେରାଲ ନରୱାଣେ ଉଲ୍ଲେଖ କରିଛନ୍ତି। ଅନ୍ୟପଟେ ଜେନେରାଲ ରୋଡ୍ରିଗସ୍ ତାଙ୍କର ୪୦ ବର୍ଷର ଦୀର୍ଘ କାର୍ୟ୍ୟକାଳରେ ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡରେ ୨ଟି କାର୍ୟ୍ୟକାଳ ସେବା କରିଥିଲେ।





