ଜଗତପୁର ପୋଲିସକୁ ସଫଳତା: ଦୁଇ କୁଖ୍ୟାତ ଲୁଟେରା ଗିରଫ

କଟକ: ଜଗତପୁର ପୋଲିସକୁ ମିଳିଲା ବଡ଼ ସଫଳତା । ପୋଲିସ ହାତରେ ଲାଗିଲେ ଦୁଇ ଲୁଟେରା। ଏଥିସହ ସେମାନଙ୍କ ନିକଟରୁ ୧ କେଜି ୩୫୩ ଗ୍ରାମର ରୂପାଇଟା, ୬୦୦ ଗ୍ରାମର ରୂପା ଓ ୧୪ ଗ୍ରାମର ସୁନା ଅଳଙ୍କାର ଜବତ ହୋଇଛି ।

ଗିରଫ ଦୁଇ ଅଭିଯୁକ୍ତ ହେଲେ ଅନିଲ ଦାସ ଓରଫ ଘାଣ୍ଟୁଆ (୨୬) ଏବଂ ରଞ୍ଜନ କୁମାର ପୃଷ୍ଟି ଓରଫ ପିଙ୍କୁ (୪୦) । ଅନିଲର ଘର ମର୍କଟନଗର ଥାନା ଅଧିନ ଇମାମପଡାରେ ହୋଇଥିବା ବେଳେ ରଞ୍ଜନର ଘର ମଙ୍ଗଳାବାଗ ଥାନା ଅନ୍ତର୍ଗତ ବାସୁଳିସାହିରେ ହୋଇଥିବା ଜଣାପଡିଛି।

ପୋଲିସ ସୂଚନା ମୁତାବକ, ଜଗତପୁର ଥାନା ଅଧିନ ଆଇବିରୋଡ ସ୍ଥିତ ବାସନ୍ତୀ ଦୁର୍ଗା ଜୁଏଲାରୀ ଗତ ଜୁଲାଇ ୨୩ (ଶନିବାର) ତାରିଖରେ ରାତିରେ କିଛି ଦୃବୃର୍ତ୍ତ ଦୋକାନ ଆଜବେଷ୍ଟ ଭାଙ୍ଗି ଓ ଲକର କାଟି ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ଲୁଟି ନେଇଥିଲେ । ଏ ନେଇ ଜୁଏଲାରୀ ମାଲିକ ଦୟାନିଧି ସାହୁଙ୍କ ଅଭିଯୋଗରେ ପୋଲିସ ଏକ ମାମଲା ରୁଜୁ କରିଥିଲା । ଶନିବାର ଦୁଇ ଅଭିଯୁକ୍ତ ଅନିଲ ଓ ରଞ୍ଜନକୁ ଗିରଫ କରି କୋର୍ଟ ଚାଲାଣ କରିଛି ଜଗତପୁର ପୋଲିସ l ଏମାନଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବାର ସୂଚନା ଦେଇଛନ୍ତି ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ର କୁମାର ମେହେର।

Related Posts