ପାଟଣାଗଡ଼ :ପାଟଣାଗଡ଼ ପୋଲିସକୁ ସଫଳତା । ଦିନକୁ ଦିନ ପାଟଣାଗଡ଼ରେ କଫସିରଫ ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିବାକୁ ଲାଗୁଥିବା ବେଳେ କେତେବେଳେ ପୋଲିସ ହାତରେ ତ କେତେବେଳେ ଅବକାରୀ ବିଭାଗର ହାତରେ ଧରା ପଡୁଛନ୍ତି ମାଫିଆ । ତଥାପି ବୋଲ ମାନୁନାହାନ୍ତି କଫସିରପ ବ୍ୟବସାୟୀ ।
ଶନିବାର ପାଟଣାଗଡ଼ ପୋଲିସ କୋଦୋପଡା ସାହିରେ ସିରପ ବିକ୍ରି ହେଉଥିବା ଖବର ପାଇଥିଲା। ପରେ ପୋଲିସ ଚଢ଼ଉ ବେଳେ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଥିବାବେଲେ ପୋଲିସ ଏକ ବାଲେରୋ ଗାଡ଼ିକୁ ଧରିଥିଲେ।
ସେଠାରୁ ଗାଡ଼ିଚାଳକ ଓ ସିରପ ମାଫିଆମାନେ ଫେରାର ହୋଇଯାଇଥିଲେ। ଗାଡ଼ିକୁ ସର୍ଚ୍ଚକରି ପୋଲିସ ୪୮୦ଟି କଫସିରପ, ୩୦ଟି ଆଲଫ୍ରାକ୍ସ ବଟିକା, ଗୋଟିଏ ମୋବାଇଲ, କିଛି ରାସାୟନିକ ଦ୍ରବ୍ୟ ଜବତ କରିଛ। ସେପଟେ ଗାଡ଼ିକୁ ଥାନାକୁ ଆଣି ପୋଲିସ ଏନେଇ ଅଧିକ ତଦନ୍ତ କରୁଛି। ଜବତ କଫସିରପର ଆନୁମାନିକ ମୂଲ୍ୟ ଲକ୍ଷେ ୨୦ ହଜାର ହେବ ବୋଲି ପାଟଣାଗଡ଼ ଥାନାଧିକାରୀ ଅନନ୍ତ ପ୍ରଧାନ କହିଛନ୍ତି।
