ଲମତାପୁଟ: ୬୫ ବାଟାଲିଆନ ବିଏସଏପକୁ ମିଳିଲା ସଫଳତା । ଓଡିଶା ଆନ୍ଧ୍ର ସୀମାନ୍ତ ଜଲାପୁଟ ସ୍ଥିତ ୬୫ ବାଟାଲିଆନ ବିଏସଏପ ପକ୍ଷରୁ ୨ଟି ଲ୍ୟାଣ୍ଡ ମାଇନ ଠାବ କରାଯାଇଛି । ଏଥିସହ ସମସ୍ତକୁ ନିଷ୍କ୍ରିୟ କରାଯାଇଛି | ବିଏସଏଫ ଯବାନମାନେ ମାଛକୁଣ୍ଡ ଥାନା ଅନ୍ତର୍ଗତ ପାଲମ ଓ ଦୋରାପୁଟ ଜଙ୍ଗଲରେ କମ୍ବିଂ ଅପରେସନ କରୁଥିଲେ | ଠିକ ସେହି ସମୟରେ ବିଏସଏଫର ସନ୍ଧାନୀ କୁକୁର ଦ୍ୱାରା ଲ୍ୟାଣ୍ଡ ମାଇନ ଠାବ ହୋଇଥିଲା | ପରେ ବିଏସଏଫ ଦ୍ୱାରା ୨ଟି ଲ୍ୟାଣ୍ଡ ମାଇନକୁ ନିଷ୍କ୍ରିୟ କାରାଯାଇଥିବା ବିଏସଏଫ ପକ୍ଷରୁ ସୂଚନା ମିଳିଛି |
