ରାଉରକେଲା ଅବକାରୀ ବିଭାଗକୁ ସଫଳତା: ବିପୁଳ ପରିମାଣର ନକଲି ମଦ ଜବତ

ରାଉରକେଲା ଅବକାରୀ ବିଭାଗକୁ ମିଳିଛି ସଫଳତା | ବିପୁଳ ପରିମାଣର ନକଲି ମଦ ଜବତ କରାଯାଇଛି । ସୁନ୍ଦରଗଡ଼ ଲହୁଣୀପଡ଼ା ଟକରା ଗାଁରେ ମଦ ମାଫିଆ ସକ୍ରିୟ ଥିବା ନେଇ ସୂଚନା ମିଳିଥିଲା | ଏନେଇ ଚଢଉ କରିଥିଲା ରାଉରକେଲା ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ । ବିପୁଳ ପରିମାଣର ନକଲି ମଦ ସହ ମଦ ପ୍ରସ୍ତୁତି ପାଇଁ ରଖାଯାଇଥିବା ବିଭିନ୍ନ ସାମଗ୍ରୀ ଜବତ କରିଛି ଅବକାରୀ ବିଭାଗ । ନକଲି ମଦ ଗୁଡ଼ିକୁ ବିଭିନ୍ନ ହୋଟେଲ ଓ ଢାବାକୁ ଚାଲାଣ କରାଯାଉଥିବା ଜଣାପଡ଼ିଛି ।

ସ୍ଥାନୀୟ ଅଂଚଳର ଦୟାନନ୍ଦ ରାୟ ନାମକ ଜଣେ ବ୍ୟକ୍ତିଙ୍କୁ କାବୁ କରାଯାଇଥିବା ବେଳେ ସହଯୋଗୀ ହମିଦ ଖାନ ସେଠାରୁ କୌଶଳକ୍ରମେ ଚମ୍ପଟ ମାରିବାରେ ସକ୍ଷମ ହୋଇଛି । ରାଉରକେଲା ଅବକାରୀ ଇନସ୍ପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ୱରେ ମୋବାଇଲ ସ୍କ୍ୱାର୍ଡ଼ ଓ ଲହୁଣୀପଡ଼ା ଥାନା ପୋଲିସ ମିିଳିତ ଭାବେ ମଦ ପ୍ରସ୍ତୁତ କାରଖାନା ଉପରେ ଚଢଉ କରିଥିଲେ । ଚଢଉ ବେଳେ ୪୦ ଲଟର ନକଲି ବିଦେଶୀ ମଦ, ନକଲି ଷ୍ଟିକର, ନକଲି ଠିପି, ନକଲି ଲେବୁଲ, ଖାଲି ବୋତଲ, ଅସଲି ବ୍ରାଣ୍ଡର ନକଲି ବୋତଲ ଜବତ କରାଯାଇଛି ।

ଅନ୍ୟପଟେ ଅଟକ ବ୍ୟକ୍ତିକୁ କୋର୍ଟ ଚାଲାଣ କରାଯିବ | ଏଥିସହ ଫେରାର ସହଯୋଗୀ ହମିଦ ଖାନକୁ ଶୀଘ୍ର ଗିରଫ କରାଯିବ |

Related Posts