ପାରିବାରିକ ଝଗଡ଼ାରେ ଅତିଷ୍ଠ ହୋଇ ହିନ୍ଦୁ ହେବାକୁ ଧମକ ଦେଲେ AIMIMର ପୂର୍ବତନ ସଭାପତି ମହମ୍ମଦ ରୁବେଦ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚଳିତଥର ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଉତ୍ତରପ୍ରଦେଶରେ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିଛି । ହେଲେ ୟୁପିରେ ସମାଜବାଦୀ ପାର୍ଟିର ନେତାମାନଙ୍କ ଉପରେ ବାରମ୍ବାର ଗୁଣ୍ଡାଗର୍ଦ୍ଦି କରୁଥିବାର ଅଭିଯୋଗ ଆସିଥାଏ । ଏହି କ୍ରମରେ, ବର୍ତ୍ତମାନ ଏଆଇଏମଆଇଏମ ନେତା ମହମ୍ମଦ ରୁବେଦ୍ ଏବଂ ତାଙ୍କ ପତ୍ନୀ ସମାଜବାଦୀ ପାର୍ଟି ନେତାଙ୍କୁ ଉପରେ ଗୁଣ୍ଡାଗର୍ଦ୍ଦି କରୁଥିବାର ଅଭିଯୋଗ କରିଛନ୍ତି । ସବୁଠାରୁ ରୋଚକ କଥାଟି ହେଉଛି ସେ ଏହି ଅଭିଯୋଗ ଆଉ କେହି ନେତାଙ୍କ ଉପରେ ନୁହଁ ବରଂ ନିଜ ପିତାଙ୍କ ଉପରେ ହିଁ ଲଗାଇଛନ୍ତି । ଏହା ସହିତ ଏଆଇଏମଆଇଏମ ନେତା ସିଏମ ଯୋଗୀଙ୍କ ଉପରେ ଭରସା କରି ନ୍ୟାୟର ଅପେକ୍ଷା କରିଛନ୍ତି । ମହମ୍ମଦ ରୁବେଦ୍ ମଧ୍ୟ ଏଆଇଏମଆଇର ମୋରାଡାବାଦ ଜିଲ୍ଲାର ଜିଲ୍ଲା ସଭାପତି ରହିଛନ୍ତି। ସେପଟେ ତାଙ୍କ ପରିବାର ଦ୍ୱାରା ବିଚଳିତ ହୋଇ ମହମ୍ମଦ ରୁବେଦ୍ ଏବଂ ତାଙ୍କ ପତ୍ନୀ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ଧମକ ଦେଇଛନ୍ତି ।

ଏବଂ ନ୍ୟାୟ ପାଇଁ ସିଏମ୍ ଯୋଗୀଙ୍କୁ ମଧ୍ୟ ନିବେଦନ କରିଛନ୍ତି। ମହମ୍ମଦ ରୁବେଦ୍ ଆଶା କରିଛନ୍ତି ଯେ ସିଏମ୍ ଯୋଗୀ ତାଙ୍କୁ ନ୍ୟାୟ ପ୍ରଦାନ କରିବେ। ଏଥିସହିତ ରୁବେଦ୍ ତାଙ୍କ ପିତାଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି ଏବଂ ତାଙ୍କ ବାପା ସମାଜବାଦୀ ପାର୍ଟିର ମାନସିକତା ଅଟନ୍ତି ବୋଲି କହିଛନ୍ତି । ଅନ୍ୟପଟେ ମୋରାଡାବାଦ ଏଆଇଏମଆଇଏମର ପୂର୍ବତନ ଜିଲ୍ଲା ସଭାପତି ମହମ୍ମଦ ରୁବେଦ୍ ଏବଂ ତାଙ୍କ ପତ୍ନୀ ମୁରାଦାବାଦ ଏସଏସପିଙ୍କୁ ଏକ ଆବେଦନ ଲେଖିଛନ୍ତି ଯେଉଁଥିରେ ସେମାନେ ନିଜ ଭଉଣୀ ଏବଂ ଭାଉଜଙ୍କୁ ଅଭିଯୋଗ କରିଛନ୍ତି। ଏହି ଚିଠିରେ ମହମ୍ମଦ ରୁବେଦ୍ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଭଉଣୀ ଏବଂ ଭେଣେଇ ତାଙ୍କୁ ଘରୁ ବାହାର କରିଦେବାକୁ ଚେଷ୍ଟା କରୁଛନ୍ତି । ଏବଂ ତାଙ୍କ ଘରକୁ କବଜା କରିବା ଲକ୍ଷ୍ୟରେ ରହିଛନ୍ତି ବୋଲି ସେ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts