କନମ୍ୟାନ ସୁକେଶ ଚନ୍ଦ୍ରଶେଖର ଖୁବଶୀଘ୍ର ବିଜେପିରେ ଯୋଗ ଦେବ: ଅରବିନ୍ଦ କେଜ୍ରିୱାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କନମ୍ୟାନ ସୁକେଶ ଚନ୍ଦ୍ରଶେଖର ଆଜି ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଲେଖିଥିବା ଦ୍ଵିତୀୟ ଚିଠିରେ ପୁଣି ବଡ ବିସ୍ଫୋରଣ କରିଛି। ଏହି ଚିଠିରେ ଆମ ଆଦ୍‌ମୀ ପାର୍ଟି, ଅରବିନ୍ଦ କେଜରିୱାଲ୍ ଓ ଦଳୀୟ ନେତା ସତ୍ୟୈନ୍ଦ୍ର ଜୈନଙ୍କ ବିରୋଧରେ ଠକ ସୁକେଶ ଚନ୍ଦ୍ରଶେଖର ଚାଞ୍ଚଲ୍ୟକର ଖୁଲାସା କରିବା ପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପ୍ରଥମେ ସତ୍ୟୈନ୍ଦ୍ର ଜୈନ ଓ ଏବେ କେଜରିୱାଲ୍‌ଙ୍କ ବିଷୟରେ ଚିଠି ଲେଖି ତାଙ୍କୁ ମହା ଠକ ବୋଲି କହିଛି ସୁକେଶ । ଆଉ ଏହି ମଉକା ଦେଖି ଆପ୍‌କୁ ଟାର୍ଗେଟ୍ କରି ବିଜେପି ମଧ୍ୟ କେଜରିୱାଲ୍‌ଙ୍କୁ ଠକ କହି ଟାର୍ଗେଟ୍ କରିଛି।

ତେବେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କେଜିରିୱାଲ୍। ଜେଲ୍‌ରେ ବିନ୍ଦୀ ଥିବା ଅପରାଧିମାନଙ୍କୁ ଅନ୍ୟ ଲୋକଙ୍କ ବିଷୟରେ ଖରାପ କୁହାଇବା ବିଜେପି ପକ୍ଷରେ ସହଜ ବୋଲି କେଜରିୱାଲ୍ କହିଛନ୍ତି। ଠକ ସୁକେଶ ଖୁବ୍‌ଶୀଘ୍ର ବିଜେପିର ମିଶିବ ବୋଲି ସେ ସୂଚନା ଦେଇଛନ୍ତି।

କେଜରିୱାଲ୍ କହିଛନ୍ତି ଯେ, ସମସ୍ତ ଅପରାଧି, ଚୋର, ଡକାୟତ ଓ ଠକ ବିଜେପିରେ ଯୋଗ ଦେବେ। ସେମାନେ ଚାହିଁଲେ ଜେଲ୍‌ରେ ବନ୍ଦୀ ଥିବା କୌଣସି ଅପରାଧିକୁ କାହା ବିରୋଧରେ କୁହାଇପାରିବେ। ତେବେ ମୋତେ ଖବର ମିଳିଛି ଯେ ଆସନ୍ତା କିଛି ସପ୍ତାହ ଭିତରେ ଠକ ସୁକେଶ ବିଜେପିରେ ଯୋଗ ଦେବ।

ସୂଚନା ଥାଉକି, ଦିଲ୍ଲୀର ମଣ୍ଡୋଲୀ ଜେଲରେ ବନ୍ଦୀ ମହାଠକ ସୁକେଶ ଚନ୍ଦ୍ରଶେଖର କିଛିଦିନ ତଳେ ଆପ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲା। ଏବେ ଆଉ ଏକ ଚିଠି ଲେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି। ନିଜ ଚିଠିରେ ଅନେକ ବଡ଼ ଏବଂ ଚାଞ୍ଚଲ୍ୟକର ଖୁଲାସା କରିଛି ଠକ। ଗୁଜରାଟ, ହିମାଚଳ ଏବଂ ଏମସିଡି ନିର୍ବାଚନ ଠିକ ପୂର୍ବରୁ ସୁକେଶ ଚନ୍ଦ୍ରଶେକର ଲେଖିଥିବା ଚାରି ପୃଷ୍ଠାର ଚିଠିରେ କେଜ୍ରିୱାଲଙ୍କ ଉପରେ ୫୦ କୋଟି ଟଙ୍କା ନେବାର ଅଭିଯୋଗ ଆଣିଛି । ଏହାସହ ଏହି ଟଙ୍କା ବଦଳରେ କେଜ୍ରିୱାଲ ତାକୁ ରାଜ୍ୟସଭା ଆସନ ଅଫର୍ ଦିଆଯାଇଥିବା ସେ ଦାବି କରିଛି।

Related Posts