ମୋଦି ଓ ସଲମାନଙ୍କୁ ପଛରେ ପକାଇଲେ ସନ୍ନି ଲିଓନି

2018ରେ ସନି ଲିଓନି ହିଁ ହେଉଛନ୍ତି ଭାରତର ସବୁଠାରୁ ଅଧିକ ଗୁଗଲ୍‌ଡ ସେଲିବ୍ରିଟି । 2018ରେ ସବୁଠାରୁ ଗୁଗଲ୍‌ଡ ସେଲିବ୍ରିଟିଙ୍କ ତାଲିକାରେ ସଲମାନ ଖାନ ଦ୍ବିତୀୟ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ସ୍ଥାନରେ ଅଛନ୍ତି ।

ପର୍ଣ୍ଣଷ୍ଟାରରୁ ଭାରତୀୟ ସିନେ ଇଣ୍ଡଷ୍ଟ୍ରିରେ ପାଦ ଜମାଇଥିବା ସନ୍ନି ଲିଓନିଙ୍କୁ ନେଇ ଚର୍ଚ୍ଚା କେତେବେଳେ ବି ଥମି ନ ଥାଏ । ଏବେ ସନ୍ନି ପୁଣି ଆସିଛନ୍ତି ଚର୍ଚ୍ଚାକୁ । କଥା ହେଲା ସନ୍ନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବଲିଉଡର ଦବଙ୍ଗ ସଲମାନ୍‌ ଖାନ୍‌ଙ୍କୁ ବି ପଛରେ ପକାଇ ଦେଇଛନ୍ତି । ଇଣ୍ଟରନେଟ୍‌ରେ ଦେଶର ସବୁଠାରୁ ଖୋଜା ଯାଉଥିବା ସେଲିବ୍ରିଟି ହେଉଛନ୍ତି ସନ୍ନି ଲିଓନି ।

ଭାରତର ଦର୍ଶକ ସପରିବାରେ ସିନା ତାଙ୍କ ଫିଲ୍ମ ଥିଏଟରରେ ଦେଖନ୍ତି ନାହିଁ,କିନ୍ତୁ ଅନ୍ ଲାଇନ୍‌ରେ ଅଭିନେତ୍ରୀ ସନି ଲିଓନିଙ୍କ ଅନ୍ ଲାଇନ୍ ଚାହିଦା କାହିଁରେ କଣ । 2018ରେ ସନି ଲିଓନି ହିଁ ହେଉଛନ୍ତି ଭାରତର ସବୁଠାରୁ ଅଧିକ ଗୁଗଲ୍‌ଡ ସେଲିବ୍ରିଟି । 2018ରେ ସବୁଠାରୁ ଗୁଗଲ୍‌ଡ ସେଲିବ୍ରିଟିଙ୍କ ତାଲିକାରେ ସଲମାନ ଖାନ ଦ୍ବିତୀୟ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ସ୍ଥାନରେ ଅଛନ୍ତି ।

ଅଭିନେତା ସଲମାନ୍‌ ଖାନ୍‌ଙ୍କ ବାବଦରେ ତାଙ୍କ ଅଭିନୀତ ଫିଲ୍ମ ବା ଗୀତ ସଂପର୍କରେ ଅଧିକ ସର୍ଚ୍ଚ ହୋଇଛି । ଅଭିନେତ୍ରୀ ଦୀପିକା ପାଦୁକୋନ ଓ କ୍ୟାଟ୍ରିନା କୈଫ୍‌ଙ୍କ ବାବଦରେ ମଧ୍ୟ ଅଧିକ ଗୁଗଲ୍ ସର୍ଚ୍ଚ ହୋଇଛି । ରିପୋର୍ଟ ଅନୁସାରେ ଅନ୍ ଲାଇନ୍ ସର୍ଚ୍ଚରେ ବଲିଉଡ୍ ଫିଲ୍ମ ଅପେକ୍ଷା ଭୋଜପୁରୀ ଫିଲ୍ମ ବାବଦରେ ଅଧିକ ଦେଖୁଛନ୍ତି ଲୋକେ ।

ପୂର୍ବର ତେଲଗୁ ଓ ତାମିଲ ପିଲ୍ମ ବାବଦରେ ଗୁଗଲରୁ ଜାଣିବାକୁ ଅଧିକ ସର୍ଚ୍ଚ ହେଉଥିଲା । କ୍ରିକେଟ ଓ ସାଧାରଣ ଖବର ଅପେକ୍ଷା ଭାରତୀୟମାନେ ସିନେମା ଓ ମନୋରଂଜନ ସଂପର୍କିତ ଖବର ଅନଲାଇନ୍‌ରେ ଅଧିକ ଖୋଜନ୍ତି ।

ଅନ୍‌ଲାଇନ୍ ସର୍ଚ୍ଚ ଦୃଷ୍ଟିରୁ ଆଖି ମାରି ଫେମସ୍‌ ହୋଇଥିବା ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟର ଓ ବିଗ୍ ବସ୍ ପ୍ରତିଯୋଗୀ ସପ୍‌ନା ଚୌଧୁରୀଙ୍କ ଭଳି ସେଲିବ୍ରିଟିଙ୍କ ଲୋକପ୍ରିୟତା ଏ ବର୍ଷ ବେଶ୍ ବୃଦ୍ଧିପାଇଛି ।

Related Posts