ଭୁବନେଶ୍ୱର,୧୨/୭(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଲା ବଡ ଆଶ୍ବସ୍ତି । ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ । ଏହାସହିତ ବଡ଼ ବେଞ୍ଚକୁ କେଜ୍ରିଓ୍ବାଲଙ୍କ ମାମଲା ହସ୍ତାନ୍ତର କଲେ ସୁପ୍ରିମକୋର୍ଟ । ୩ ଜଣିଆ ବେଞ୍ଚରେ କେଜ୍ରିୱାଲଙ୍କ ମାମଲାର ଶୁଣାଣି କରିବେ । ସେ ପର୍ଯ୍ୟନ୍ତ କେଜ୍ରିଓ୍ବାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ରାୟ ପ୍ରଦାନ କରି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ତେବେ ମଦ ନୀତି ଦୁର୍ନୀତି ମାମଲାରେ ମନି ଲଣ୍ଡରିଂ ନେଇ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ଗିରଫକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ କେଜ୍ରିଓ୍ବାଲ । ଯାହାର ଶୁଣାଣି କରି କିଛି ଏମିତି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ମାର୍ଚ୍ଚ ୨୧ରେ ଇଡି ଅରବିନ୍ଦ କେଜ୍ରିଓ୍ବାଲ୍ଙ୍କୁ ଗିରଫ କରିଥିଲା।