ସୁପ୍ରିମକୋର୍ଟ ପେଗାସସ ମାମଲାର ଯାଞ୍ଚ କରୁ: ମାୟାବତୀ

mayabati

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ସାରା ଦେଶରେ ପେଗାସସ ମାମଲା ଥମିନଥିବା ବେଳେ ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷା ମାୟାବତୀ ଏ ବାବଦରେ ମୁହଁ ଖୋଲିଛନ୍ତି । ତେବେ ଦେଶରେ ମୌସୁମୀ ଅଧିବେଶନ ଚାଲୁନଥିବା ବେଳେ ଏପରି ମାମଲା ବାରମ୍ବାର ସାମ୍ନାକୁ ଆସିବା ଚିନ୍ତାର ବିଷୟ ବୋଲି ମାୟାବତୀ କହିଛନ୍ତି । ମୌସୁମୀ ଅଧିବେଶନ ଚାଲୁନଥିବାରୁ ଦେଶରେ ଅନେକ କ୍ଷୟକ୍ଷତି ହେଉଛି । ଏହା ସାଙ୍ଗକୁ ପେଗାସସ ମାମଲାର ସଠିକ ଭାବରେ ଶୁଣାଣି ହୋଇପାରୁ ନାହିଁ । ତଥାପି କେନ୍ଦ୍ରସରକାର ଏହି ମାମଲାର ସଠିକ ଯାଞ୍ଚ କରିବା ପାଇଁ ପ୍ରସ୍ତୁତ ନାହାଁନ୍ତି । ତେଣୁ ସାରା ଦେଶରେ ବର୍ତ୍ତମାନ ମୁଣ୍ଡ ବ୍ୟଥାର କାରଣ ପାଲଟିଥିବା ପେଗାସସ ମାମଲାର ସଠିକ ଯାଞ୍ଚ କରାଯାଉ ବୋଲି ମାୟାମତୀ ତାଙ୍କ ଟ୍ୱିଟର ହ୍ୟାଣ୍ଟେଲରୁ ଟ୍ୱିଟ କରି କହିଛନ୍ତି ।

ଏହା ସହ ଅଧିବେଶନ ବନ୍ଦ ଥିବାରୁ ଜନକଲ୍ୟାଣ ହେଉ କିମ୍ବା କୃଷକ ଆନ୍ଦୋଳନ ବିଷୟରେ ମଧ୍ୟ ଆଲୋଚନା କରାଯାଇ ପାରୁ ନାହିଁ । ଅପରିପକ୍ଷେ ବିପକ୍ଷ ଦଳ ଏବଂ କେନ୍ଦ୍ର ସରକାର ମୁହାଁ ମୁହିଁ ହୋଇଥିବାରୁ ଚଳିତ ବର୍ଷର ମୌସୁମୀ ଅଧିବେଶନ ବନ୍ଦ ହୋଇଛି । ସବୁଠାରୁ ବିଡମ୍ବନାର ବିଷୟ ଏହି କି ଯେ ସାରା ଦେଶରେ ବର୍ତ୍ତମାନ ପେଗାସସ ମାମଲାର ଚର୍ଚ୍ଚା ଜୋର ଧରିଥିବା ସତ୍ତେ କେନ୍ଦ୍ର ସରାକର ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି । ଯାହା ଅତ୍ୟନ୍ତଃ ଦୁର୍ଭାଗ୍ୟଜନକ ବୋଲି ମାୟାବତୀ କହିଛନ୍ତି । କେବଳ ଏତିକି ନୁହେଁ ବରଂ ପେଗାସସ ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କୁ ଶେଷରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମାୟାବତୀ ଦାବି କରିଛନ୍ତି । ଏହା ସହ ନିରପେକ୍ଷ ଭାବରେ ଏହି ମାମଲାର ଯାଞ୍ଚ କରିବା ପାଇଁ ସୁପ୍ରିମକୋର୍ଟଙ୍କୁ ମାୟାବତୀ ଅନୁରୋଧ କରିଛନ୍ତି ।

ସବୁଠାରୁ ରୋଚକ କଥାଟି ହେଉଛି ଚର୍ଚ୍ଚିତ ପେଗାସସ ମାମଲାକୁ ନେଇ ମୌସିୁମୀ ଅଧିବେଶନ ସ୍ଥଗିତ ରହିଛି । ତେବେ ଶାସକ ଦଳ ନିଜର ଲାଭ ପାଇଁ ବିଭିନ୍ନ ଦଳର ଜଣାଶୁଣା ନେତା, ପତ୍ରକାର ଏବଂ ବିଭିନ୍ନ ଏଜେନ୍ସି ମାନଙ୍କ ଫୋନ ହ୍ୟାକ କରିଛି ବୋଲି ବିପକ୍ଷ ଦଳ ଶାସକ ଦଳ ବିରୋଧରେ ଆରୋପ ଲଗାଇଛନ୍ତି । ଅନ୍ୟପଟେ କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏହି ମାମଲାକୁ ନେଇ ସଂସଦରେ ମୁହଁ ଖୋଲିଥିଲେ । ତେବେ ଲୋକତନ୍ତ୍ର ଅନୁସାରେ ସଂସଦରେ ଜନତାଙ୍କ ସ୍ୱରକୁ ରାଷ୍ଟ୍ରୀୟ ବିଷୟ ଭାବେ ଚର୍ଚ୍ଚା କରାଯାଏ ।

କିନ୍ତୁ ମୋଦି ସରକାର ଜାଣିଶୁଣି ବିପକ୍ଷଙ୍କୁ ଏହି କାମ କରିବାକୁ ଦେଉନାହାଁନ୍ତି ବୋଲି କହିଥିଲେ । ଏହା ସହ ସଂସଦର ବଳକା ସମୟକୁ ବର୍ବାଦ ନକରି କୃଷକ ମାନଙ୍କର ଦାବି ଏବଂ ପେଗାସସ ମାମଲାର ସଠିକ ଯାଞ୍ଚ କରାଯାଉ ବୋଲି କଂଗ୍ରେସର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦାବି କରିଛନ୍ତି । ବିପକ୍ଷ ଦଳ ଏହି ମାମଲାକୁ ଗମ୍ଭୀର ରୂପ ଦେଇ ମାମଲାର ଯାଞ୍ଚ କରିବା ପାଇଁ କହୁଥିବା ବେଳେ କେନ୍ଦ୍ର ସରକାର ଏହି ମାମଲା ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହୁଛନ୍ତି ।

Related Posts