ସବ୍ୟସାଚୀଙ୍କୁ ‘ସୁପ୍ରିମ୍‌’ ଝଟ୍‌କା: ମାଓନେତାଙ୍କ ଜାମିନ ନାମଞ୍ଜୁର

ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଲାଗିଛି ସୁପ୍ରିମ୍‌ ଝଟ୍‌କା । ନୟାଗଡ଼ ଥାନା ଆକ୍ରମଣ ଘଟଣାରେ ତାଙ୍କ ଜାମିନ୍‌ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏନ୍‌ ଭି ରମନ୍ନା ଓ ଜଷ୍ଟିସ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସବ୍ୟସାଚୀ ପଣ୍ଡାଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିବାବେଳେ ଉଭୟ ଜଜ୍‌ ସହମତି କ୍ରମେ ଏହାକୁ ଖାରଜ କରି ଦେଇଛନ୍ତି ।

ନୟାଗଡ଼ ଥାନା ଆକ୍ରମଣ ଘଟଣାରେ ଗିରଫ ହୋଇ ଜେଲ୍‌ରେ ଥିବା ସବ୍ୟସାଚୀ ପଣ୍ଡାଙ୍କ ଜାମିନ ଆବେଦନକୁ ଆଡିସନାଲ ସେସନ୍ସ କୋର୍ଟ ୨୦୧୭ ମସିହାରେ ନାମଞ୍ଜୁର କରି ଦେଇଥିଲେ । ନିମ୍ନ ଅଦାଲତଙ୍କ ଏହି ରାୟ ବିରୋଧରେ ହାଇକୋର୍ଟ ଯାଇଥିଲେ ସବ୍ୟସାଚୀ ପଣ୍ଡା । ସେଠାରେ ବି ଆବେଦନ ଖାରଜ ହେବା ପରେ ସେ ସୁପ୍ରିମକୋର୍ଟ ଯାଇଥିଲେ ।

Related Posts