‘ବାହୁବଳୀ’ ଷ୍ଟାର୍‌ଙ୍କୁ ହଲିଉଡ୍‌ ଅଫର

ବହୁ ଚର୍ଚ୍ଚିତ ଓ ସଫଳ ଫିଲ୍ମ ‘ବାହୁବଳୀ’ର ଷ୍ଟାର୍‌ଙ୍କ ମିଳିଛି ହଲିଉଡ୍‌ ଅଫର୍‌ । ଏ ଅଭିନେତା ଜଣକ ହେଉଛନ୍ତି ‘ବାହୁବଳୀ’ ଫିଲ୍ମରେ ଅନ୍ୟତମ ପ୍ରମୁଖ ଚରିତ୍ର ‘ଭଲ୍ଲାଲଦେବ’ ଭୂମିକାରେ ଅଭିନୟ କରିଥିବା ରାଣା ଦାଗୁବଟ୍ଟି । ରାଣାଙ୍କୁ ଏକ ହଲିଉଡ୍‌ ଆକ୍ସନ୍‌ ଥ୍ରିଲର ଫିଲ୍ମର ଅଫର ମିଳିଥିବା ଖବର ଆସିଛି । ଯଦିଓ ‘ବାହୁବଳୀ’ରେ ଖଳନାୟକ ଚରିତ୍ରରେ ରାଣା ଖୁବ୍‌ ଚମତ୍କାର ଅଭିନୟ କରିଥିଲେ, କିନ୍ତୁ ହଲିଉଡ୍‌ ଫିଲ୍ମରେ ପଜିଟିଭ୍‌ କି ନିଗେଟିବ୍‌ ରୋଲ୍‌ କରିବେ ସେ କଥା ଜଣାପଡ଼ିନାହିଁ ।

ପୂର୍ବରୁ ‘ବେବି’, ‘ଗାଜି ଆଟାକ୍‌’, ‘ଦମ୍‌ ମାରୋ ଦମ୍‌’ ଭଳି ଫିଲ୍ମରେ ଅଭିନୟ କରି ମଧ୍ୟ ବହୁ ପ୍ରଶଂସିତ ହୋଇଛନ୍ତି ରାଣା ।

କୁହାଯାଉଛି ସଂପୃକ୍ତ ହଲିଉଡ ଫିଲ୍ମରେ ରାଣା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ । ଏ ସଂପର୍କରେ ପ୍ରଯୋଜନା ସଂସ୍ଥା ସହ ତାଙ୍କର କଥାବାର୍ତ୍ତା ଚାଲିଛି । ତେବେ ଏଯାଏଁ ଡିଲ୍‌ ଫାଇନାଲ୍‌ ହୋଇ ନାହିଁ । ରାଣା ଏବେ ‘ହାଥୀ ମେରେ ସାଥୀ’ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛି । ଏହି ଫିଲ୍ମ ତାମିଲ, ତେଲୁଗୁ ଓ ହିନ୍ଦୀରେ ନିର୍ମିତ ହେଉଛି । ଏହାଛଡା ମଲ୍‌ଟି ଷ୍ଟାରର ଫିଲ୍ମ ‘ହାଉସ୍‌ଫୁଲ୍‌-୪’ରେ ମଧ୍ୟ ରାଣାଙ୍କୁ ଦେଖିବାକୁ ପାଇବେ ଦର୍ଶକ ।

Related Posts