ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ଉପରେ ରୋକ ଲଗାଇବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ: ‘ବଦଳିବନି ନାଁ, ଘୁଞ୍ଚିବନି ରିଲିଜ ତାରିଖ

ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’କୁ ନେଇ ଲାଗି ରହିଥିବା ବିବାଦ ଓ ଆବେଦନ ଉପରେ ଶୁଣାଣି କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ। ଶୁଣାଣି କରିବା ସହ ଆବେଦନ କୁ ଖାରଜ କରିଛନ୍ତି । ଫଳରେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲି ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଆଶ୍ୱସ୍ତି ମିଳିଛି । ‘ବଦଳିବନି ନାଁ, ଘୁଞ୍ଚିବନି ରିଲିଜ’ ଏଭଳି କିଛି ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି ସୁପ୍ରିମକୋର୍ଟ।

ସୂଚନାଯୋଗ୍ୟ, ଗଙ୍ଗୁବାଇଙ୍କ ପରିବାର ଲୋକେ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ଉପରେ ପ୍ରଶ୍ନ ଉଠାଇଥିଲେ। ଫିଲ୍ମର ନାଁକୁ ନେଇ ସେମାନେ ଆପତ୍ତି ଉଠାଇଥିଲେ। ଏହି ନାଁକୁ ବଦଳାଇବା ପାଇଁ ପରିବାର ଲୋକେ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ। ତେବେ ଶେଷ ମୁହୂର୍ତ୍ତରେ ଫିଲ୍ମର ଟାଇଟଲ ବଦଳାଇବା ସମ୍ଭବ ନୁହେଁ ବୋଲି କୋର୍ଟରେ ପକ୍ଷ ରଖିଥିଲେ ନିର୍ମାତା। ଫିଲ୍ମରେ ଗଙ୍ଗୁବାଈଙ୍କୁ ଛବି ଏବଂ ତାଙ୍କ ଚରିତ୍ରକୁ ନେଇ କୌଣସି ବି ପ୍ରକାରରେ ଅପମାନିତ କରାଯାଇନଥିବା ଦାବି କରିଥିଲେ। ଅଭିଯୋଗକାରୀ ଫିଲ୍ମ ନ ଦେଖି ଏଭଳି ଦାବି ଉଠାଇବା ଭୁଲ୍‌ ବୋଲି ଭଂସାଲି ପ୍ରଡକ୍ସନର ଓକିଲ କହିଥିଲେ।

ଏହାପରେ ସୁପ୍ରିମ କୋର୍ଟ ବଚାରପତି ଜେକେ ମହେଶ୍ୱରୀ ଏହି ଗଙ୍ଗୁବାଇଙ୍କ ପୋଷ୍ୟ ପୁତ୍ର ଆଣିଥିବା ଅଭିଯୋଗକୁ ଖାରଜ କରିବା ସହ ଫିଲ୍ମ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି। ଦେଶ ବିଦେଶର ହଜାର ହଜାର ଥିଏଟରରେ ଏକା ସହ ଏହି ଫିଲ୍ମ ରିଲିଜ ହେବ। ତେବେ ଫିଲ୍ମର ରିଲିଜ ଅଟକି ଗଲେ ପ୍ରଡ୍ୟୁସର, ଡାଇରେକ୍ଟର, ଲେଖକ, ଡିଷ୍ଟ୍ରିବ୍ୟୁଟର, ଥିଏଟର, ଦର୍ଶକ ସମେତ ଅନେକଙ୍କ ଉପରେ ପ୍ରଭାବ ପଡିବ।

Related Posts