ୟୁକ୍ରେନରେ ଫଶିଛନ୍ତି ଆନନ୍ଦପୁରର ଡାକ୍ତରୀ ଛାତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୟୁକ୍ରେନରେ ପଶିଛନ୍ତି ଆନନ୍ଦପୁରର ଡାକ୍ତରୀ ଛାତ୍ରୀ । ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଳତି ଗାଁ ର ଜଣେ ଡାକ୍ତରୀ ଛାତ୍ରୀ ଏବେ ନାଚାର । ଘରକୁ ଫେରିବାକୁ ବ୍ୟସ୍ତ ହେଉଥିଲେ ସୁଦ୍ଧା ସବୁ ବାଟ ବନ୍ଦ । ୨୦୧୬ ମସିହାରୁ ସେ ସେଠାରେ ରହି ପାଠ ପଢୁଛନ୍ତି । ଛାତ୍ରୀ ଜଣକ କହିଛନ୍ତି, ସେ ରହୁଥିବା ସ୍ଥାନରୁ ମାତ୍ର ୨୦୦ ମିଟର ଦୂରରେ ବୋମା ମାଡ କରିଛି ଋଷ ।

ଯାହାଫଳରେ ଡାକ୍ତରୀ ଛାତ୍ରୀଙ୍କ ସମେତ ସେଠାରେ ରହୁଥିବା ଆଉ କିଛି ଓଡିଆ ଛାତ୍ରଛାତ୍ରୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ୟୁକ୍ରେନ୍ ସରକାର ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକ୍ରିୟା ଆରମ୍ଭ କରିନାହିଁ କହିଛନ୍ତଚ ଡାକ୍ତରୀ ଛାତ୍ରୀ । ତେବେ ଭାରତ ସରକାର ଏ ନେଇ ତୁରନ୍ତ ପଦକ୍ଷେପ ନେବା ସହିତ ସେଠାରୁ ଉଦ୍ଧାର କରିବା ପାଇଁ ସେ ନିବେଦନ କରିଛନ୍ତି ।

Related Posts