୭୨ ତମ ବର୍ଲିନ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦେଶିତ ‘ଗଙ୍ଗୁବାଇ କାଠିଆୱାଡି’

୭୨ ତମ ବର୍ଲିନ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ ‘ଗଙ୍ଗୁବାଇ କାଠିଆୱାଡି’ | ଏନେଇ ଏହି ଫିଲ୍ମ ଟି ମନୋନୀତ ହୋଇଛି | ଆଲିଆ ଭଟ୍ଟ ଏବଂ ଅଜୟ ଦେବଗନ ଏହି ଫିଲ୍ମ ରେ ମୁଖ୍ୟ ଭୂମିକାରେ ନଜର ଆସିବେ | ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସଞ୍ଜୟ ଲୀଲା ଭନସାଲୀ | ଏହି ଉତ୍ସବରେ ଏହାର ବିଶ୍ୱ ପ୍ରିମିୟର ହେବ। ଏହି ଚଳଚ୍ଚିତ୍ରଟି ଫେବୃଆରୀ ୧୮,୨୦୨୨ ରେ ପ୍ରେକ୍ଷାଳୟକୁ ଆସିବ।

ଗଙ୍ଗୁବାଇ ଜଣେ ମହିଳା ଯିଏ ଗୁଜୁରାଟରୁ ତାଙ୍କ ସାଥୀ ସହିତ ମୁମ୍ବାଇ ଆସିଥିଲେ, କିନ୍ତୁ ତାଙ୍କ ସହିତ ବିଶ୍ୱାସଘାତକତା କରାଯାଇ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଗଙ୍ଗୁବାଇ ଅନେକ ଅଣ୍ଡରୱାର୍ଲ୍ଡ ଅପରାଧୀଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ଦକ୍ଷିଣ ମୁମ୍ବାଇର କିଛି ଅଂଶକୁ ଅଧିକାର କରିଥିଲେ।

Related Posts