ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶିଶୁ ଅଶ୍ଳୀଳତା ଏବଂ ବଳାତ୍କାର ଭିଡିଓ ଅପଲୋଡ ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ବନ୍ଦ କରିବାକୁ ନେଇ ଏକ ମାମଲାରେ ସୁପ୍ରିମକୋର୍ଟ ଫେସବୁକ, ଟୁଇଟର ସମେତ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ କମ୍ପାନୀକୁ ୬ ସପ୍ତାହ ମଧ୍ୟରେ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।
ଏହା ସହିତ ଏହି ମାମଲାରେ କୋର୍ଟ ସରକାରଙ୍କୁ ମଧ୍ୟ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶିଶୁ ଅଶ୍ଳୀଳତା ଏବଂ ବଳାତ୍କାର ଭିଡିଓ ବନ୍ଦ କରିବା ପାଇଁ ସେମାନଙ୍କ ଦ୍ୱାରା କି ପଦକ୍ଷେପ ନିଆଯାଇଛି ବୋଲି କୋର୍ଟ ଜାଣିବାକୁ ଚାହିଁଛନ୍ତି। କୋର୍ଟଙ୍କ ରିପୋର୍ଟ ତଲବ ଆଧାରରେ ଫେସବୁକ, ଟୁଇଟର ସମେତ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ କମ୍ପାନୀଗୁଡିକ ଉପରେ କେନ୍ଦ୍ର ସରକାର ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
