ଉନ୍ନାଓ ବଳାତ୍କାର କାଣ୍ଡ: ୭ ଦିନରେ ତଦନ୍ତ-୪୫ ଦିନରେ ନିଷ୍ପତ୍ତି

ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ଉନ୍ନାଓ ବଳାତ୍କାର ମାମଲାରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଆପଣେଇଛନ୍ତି। ଦେଶର ସର୍ବୋଚ୍ଚ ନ୍ୟାୟାଳୟ  ଏହି ମାମଲାରେ ସମ୍ପର୍କିତ ସମସ୍ତ ପାଞ୍ଚଟି କେସ ଉତ୍ତର ପ୍ରଦେଶ ବାହାର ଦିଲ୍ଲୀ ସ୍ଥାନାନ୍ତର କରିଛନ୍ତି। କୋର୍ଟ ପ୍ରତିଦିନ ଏହି ମାମଲାର ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ପକ୍ଷରୁ ନିଯୁକ୍ତ ଜଜ ଏହି ସବୁ ପାଞ୍ଚଟି କେସର ଶୁଣାଣି କରିବେ। ସାତ ଦିନ ମଧ୍ୟରେ ଯାଞ୍ଚ ଶେଷ ହେବା ସହିତ ଟ୍ରାଏଲ ୪୫ ଦିନରେ ଶେଷ ହେବ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଯଦି ପରିବାର ଲୋକ ଚାହାନ୍ତି ତେବେ ପୀଡିତାଙ୍କ ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏୟାରଲିଫ୍ଟ କରାଯାଇ ପାରିବ। ସେଠାରେ ଏମ୍ସ ଡାକ୍ତର ପୀଡ଼ିତାଙ୍କ ଚିକିତ୍ସା କରିବେ।

Related Posts