ବିଷ୍ଣୁଙ୍କର ବେଶ୍ୟାବୃତ୍ତି ବିବୃତି

ଆଜି ଗୃହରେ ତିନି ତଲାକ ବିଲ ପ୍ରସଙ୍ଗରେ ବିଷ୍ଣୁ ସେଠୀଙ୍କ ବୟାନକୁ ନେଇ ଝଡ଼ ଦେଖାଦେଇଛି । ବିରେଧି ଦଳ ନେତା ବିଷ୍ଣୁ ସେଠୀ ଆଜି ଗୃହରେ ମୁସଲିମ ମହିଳାଙ୍କ ପ୍ରତି ପ୍ରତିକ୍ରିୟା ଦେଇଥିଲେ । ବିଭିନ୍ନ ମାଗାଜିନ ଓ ଗଣମାଧ୍ୟମ ରିପୋର୍ଟ ଉଦାହରଣ ଦେଇ ସେ ମୁସଲିମ ମହିଳା ମାନେ ତିନି ତଲାକ ଯୋଗୁଁ କେତେକ ମହିଳା ବେଶ୍ୟାବୃତ୍ତି କରୁଥିବା କହିଥିଲେ । ଫଳରେ ଗୃହର ମଧ୍ୟ ଭାଗକୁ ଆସି ବିଜେଡ଼ି ଓ କଂଗ୍ରେସ ସଦସ୍ୟଙ୍କ ପ୍ରବଳ ପାଟିତୁଣ୍ଡ ଓ ହୋହଲ୍ଲା କରିିଥିଲେ । ବିଷ୍ଣୁ ସେଠୀଙ୍କ ବୟାନକୁ ଅନୁଧ୍ୟାନ ପାଇଁ ବାଚସ୍ପତି ରୁଲିଂ ଦେଇଛନ୍ତି । ଫଳରେ ଗୃହକୁ ଶାନ୍ତ କରିବାକୁ ବାଚସ୍ପତି ସୂର୍ଯ୍ୟ ପାତ୍ର ଗୃହକୁ ଦିନ ୩ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ।

ବିଷ୍ଣୁ ସେଠୀଙ୍କ ଏଭଳି ବୟାନକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି । ବିଜେଡି ଓ କଂଗ୍ରେସ ସଦସ୍ୟ ବିଜେପି ବିଧାୟକଙ୍କ ବୟାନକୁ ନେଇ ପ୍ରତିବାଦ କରିଛନ୍ତି । ଏହା ପରେ ବାଚସ୍ପତି ଗୃହକୁ ମୁଲତବୀ ରଖିଛନ୍ତି । ବିଷ୍ଣୁ ସେଠୀଙ୍କ ମନ୍ତବ୍ୟକୁ ଅନୁଧ୍ୟାନ କରିବାକୁ ବାଚସ୍ପତ୍ତି ରୁଲି ମଧ୍ୟ ଦେଇଛନ୍ତି । ସଂଖ୍ୟାଲଘୁ ମହିଳାଙ୍କ ପ୍ରତି ଏପରି ମନ୍ତବ୍ୟ ଦୁର୍ଭାଗ୍ୟଜନକ । ବିଧାନସଭାରେ ମନ୍ତବ୍ୟ ରଖିବା ପୂର୍ବରୁ ବିରୋଧୀ ଦଳ ଉପନେତା ସଂଯତ ହେବା ଉଚିତ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଅନ୍ୟପଟେ ଏପରି ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି କହିଛି ବିଜେଡ଼ି ।

ତେବେ ଏପ୍ରସଙ୍ଗରେ ସଫେଇ ରଖିଛନ୍ତି ବିରୋଧୀ ଦଳ ଉପନେତା । ସେ କହିଛନ୍ତି, ରିପୋର୍ଟ ଆଧାରରେ ମୁଁ ତଥ୍ୟ ରଖିଥିଲି । କାହାକୁ ଆକ୍ଷେପ କରିବା ଉଦ୍ଦେଶ୍ୟରେ ମୁଁ ଏକଥା କହିନାହିଁ । ପରିସ୍ଥିତି ଚାପରେ ବାଧ୍ୟ ହୋଇ ମୁସଲମାନ ମହିଳାମାନେ ବେଶ୍ୟାବୃତ୍ତି କରୁଛନ୍ତି । ୟୁନିସେଫ୍ ରିପୋର୍ଟରେ ଆସିଛି, ଆଉଟଲୁକ ପରି ମ୍ୟାଗାଜିନରେ ଆସିଛି, ଟିଭି ଓ ରେଡ଼ିରେ ଆଲୋଚନା ମଧ୍ୟ ହେଉଛି । ମୁଁ କହିଦେଲି ଯେ କ’ଣ ବେଦ ଅଶୁଦ୍ଧ ହୋଇଗଲା । ବିଧାନସଭାରେ ଏକଥା କହିବାର କୌଣସି ଅସୁବିଧା ନାହିଁ । କେନ୍ଦ୍ର ସକରାରଙ୍କୁ ଘେରିବା ପାଇଁ ଅଯଥା ପ୍ରୟାସ କରି ମୋ କଥାରୁ ଜିରାରୁଶିରା କଢ଼ାଯାଉଛି ବୋଲି କହିଛନ୍ତି ବିଷ୍ଣୁ ସେଠୀ ।

Related Posts