ମୁଖ୍ୟମନ୍ତ୍ରୀଙ୍କ ସହ କଳିଙ୍ଗ ଷ୍ଟାଡିୟମ୍‌ରେ ହକି ମ୍ୟାଚ୍‌ ଦେଖିଲେ ଆତ୍ମ ସମର୍ପଣ କରିଥିବା ମାଓବାଦୀ

ହକି ବିଶ୍ବକପ୍‌ ଦେଖିଲେ ଆତ୍ମ ସମର୍ପଣ କରିଥିବା ମାଓବାଦୀ । ଯେଉଁମାନେ ଦିନେ ବଣ ଜଙ୍ଗଲ ପାହାଡ଼ରେ ଘୁରି ବୁଲୁଥିଲେ । ଅନିଶ୍ଚିତ ଜୀବନ ବିତାଉଥିଲେ, ସେହି ଆଦିବାସୀ ଯୁବକ ଯୁବତୀଙ୍କ ପାଇଁ ଏହି ଦିନ ସ୍ମରଣୀୟ ହୋଇ ରହିବ । ହକି ବିଶ୍ବକପ୍‌ର ମ୍ୟାଚ୍‌ ଦେଖିବାକୁ ଭୁବନେଶ୍ବର କଳିଙ୍ଗ ଷ୍ଚାଡିୟମକୁ ଆସିଥିଲେ ଆତ୍ମ ସମର୍ପଣ କରିଥିବା ମାଓବାଦୀ ।

ସବୁଠାରୁ ବଡ଼ କଥା ହେଲା ଏମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବସି ମ୍ୟାଚ୍‌ ଉପଭୋଗ କରିଥିଲେ । ଏମାନଙ୍କ ମଧ୍ୟରୁ ଥିଲେ ମାଲକାନଗିରିରୁ ୨୦ ଜଣ ଓ କୋରାପୁଟରୁ ୧୦ ଜଣ ସମର୍ପଣକାରୀ । ଏହି 30 ଜଣଙ୍କ ମଧ୍ୟରେ୧୬ ମହିଳା ଓ ୧୪ ଜଣ ପୁରୁଷ ତିଲେ ।

୧୦ରୁ ୨୦ ବର୍ଷ ଧରି ହାର୍ଡକୋର ମାଓବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିବା ପରେ ଏମାନେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତକୁ ଫେରିଛନ୍ତି । ମାଲକାନଗିରି ଏସ୍‌ପି ଜଗମୋହନ ମୀନାଙ୍କ ନେତୃତ୍ବରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଆସି ଏମାନେ ହକି ମ୍ୟାଚ୍‌ ଦେଖିଛନ୍ତି ।

ବିଶ୍ବକପ୍‌ ଦେଖିବା ପରେ ଏମାନେ ଶୁକ୍ରବାର ପୁରୀ ଓ କୋଣାର୍କ ବୁଲି ଯିବେ । ପ୍ରଥମ ଥର ପାଇଁ ଭୁବନେଶ୍ବର ଆସିଥିବାବେଳେ କଳିଙ୍ଗ ଷ୍ଟାଡିୟମର ଏଭଳି ପରିବେଶ ଦେଖି ଆଦିବାସୀମାନେ ବେଶ୍‌ ଉତ୍ସାହିତ ହୋଇ ପଡ଼ିଥିଲେ ।

Related Posts