ମୁକେଶ ଅମ୍ବାନୀଙ୍କ ଝିଅ ବିବାହ, ଈଶାଙ୍କ ଶାଢ଼ୀରେ ମା’ଙ୍କ ବିବାହ ସ୍ମୃତି

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ଝିଅ ଈଶା ଅମ୍ବାନିଙ୍କ ବାହାଘର ସମ୍ପନ୍ନ ହୋଇଛି । ମୁମ୍ବାଇସ୍ଥିତ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆରେ ଏହି ଭବ୍ୟ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ଆନନ୍ଦ ପିରାମଲଙ୍କ ସହ ଈଶା ଅମ୍ବାନୀଙ୍କର ବିବାହ ସମ୍ପୂର୍ଣ୍ଣ ହିନ୍ଦୁ ବୈଦିକ ପରମ୍ପରା ଓ ରୀତିନୀତି ଅନୁସାରେ ହୋଇଛି ।

ବିବାହ ସମୟରେ ଈଶା ପିନ୍ଧିଥିଲେ ଏକ ସୁନ୍ଦର ଶାଢ଼ୀ । ଖାସ୍‌ କଥା ହେଉଛି, ଏହି ଶାଢ଼ୀ ସହ ଜଡ଼ିତ ତାଙ୍କ ମାଆଙ୍କର ମଧୁର ସ୍ମୃତି । କାରଣ ୩୫ ବର୍ଷ ପୂର୍ବେ ଯେଉଁ ଶାଢ଼ୀକୁ ପିନ୍ଧି ବାହା ହୋଇଥିଲେ ନୀତା ଅମ୍ବାନୀ, ସେହି ଶାଢ଼ୀର କିଛି ଅଂଶ ଇଶାଙ୍କ ଶାଢ଼ୀରେ ବ୍ୟବହାର ହୋଇଛି । ଯାହା କେବଳ ଶାଢ଼ୀକୁ ସୁନ୍ଦର କରିଛି ତାହା ନୁହେଁ ବରଂ ଈଶାଙ୍କ ବାହାଘରକୁ ମଧ୍ୟ ସ୍ମରଣୀୟ କରିଛି ।

Related Posts