ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ଏବଂ ଆସାମରେ ବିଜେପି ବାଜି ମାରି ନେଇଛି । ଏହା ମଧ୍ୟରେ ଆସନ୍ତା ୧୨ ତାରିଖରେ ଆସାମରେ ଶପଥ ଗ୍ରହଣ ଉତ୍ସବ ହେବାକୁ ଯାଉଛି । ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପ-ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏଠାରେ ଉପସ୍ଥିତ ରହିବେ । କେବଳ ରାଜନେତା ନୁହଁନ୍ତି, ଦେଶର ବିଭିନ୍ନ ପ୍ରତିଷ୍ଠିତ ଶିଳ୍ପପତି ଓ ଉଦ୍ୟୋଗ ଜଗତର ପ୍ରତିନିଧିମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମ ପାଇଁ ଆମନ୍ତ୍ରଣ କରାଯାଇଛି । ଆସନ୍ତା ମେ’ ୧୨ ତାରିଖରେ ଅନୁଷ୍ଠିତ ହେବ ଏହି ଭବ୍ୟ ଶପଥ ଗ୍ରହଣ ସମାରୋହ । ଗୁଆହାଟୀର ଖାନାପାରାସ୍ଥିତ ଭେଟେନାରୀ ଫିଲ୍ଡରେ ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି।
