ଟି-୨୦ ବିଶ୍ୱକପ; ଅଷ୍ଟ୍ରେଲିଆକୁ ବଡ ଝଟକା, ଦଳର ଏକମାତ୍ର ୱିକେଟକିପର ମାଥ୍ୟୁ ୱେଡ୍ କରୋନା ସଂକ୍ରମିତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଟି-୨୦ ବିଶ୍ୱକପର ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆକୁ ଆଜି ଆଉ ଏକ ଶକ୍ତ ଝଟକା ଲାଗିଛି । ଦଳର ଷ୍ଟାର ସ୍ପିନ ବୋଲର ଆଡାମ ଜାମ୍ପାଙ୍କ ପରେ ଏବେ ଦଳରେ ଥିବା ଏକମାତ୍ର ୱିକେଟକିପର ବ୍ୟାଟ୍ସମ୍ୟାନ ମାଥ୍ୟୁ ୱେଡ୍ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଚଳିତ ବିଶ୍ୱକପ୍ ରେ ଆଇସିସି କରୋନା ସଂକ୍ରମିତ ଖେଳାଳିଙ୍କୁ ଖେଳିବା ପାଇଁ ଅନୁମତି ଦେଇଥିଲେ ମଧ୍ୟ ଏଥିନେଇ ସେମାନଙ୍କୁ ଡାକ୍ତରଙ୍କଠାରୁ କ୍ଲିନ ଚିଟ ଆଣିବାକୁ ପଡିବ ।

ତେବେ ୱେଡଙ୍କ ବ୍ୟତୀତ ଅଷ୍ଟ୍ରେଲିଆ ଟିମରେ ଆଉ କେହି ୱିକେଟକିପର ବ୍ୟାଟ୍ସମ୍ୟାନ ନ ଥିବାରୁ ତାଙ୍କ ଅନୁପସ୍ଥିତି ଦଳ ପାଇଁ ଏକ ବଡ ଝଟକା ବୋଲି କୁହାଯାଉଛି। ତେବେ ଆଗାମୀ ମ୍ୟାଚ୍ ଗୁଡିକରେ ଡେଭିଡ ୱାର୍ଣ୍ଣର, ଆରୋନ ଫିଂଚ କିମ୍ବା ଗ୍ଲେନ ମ୍ୟାକ୍ସୱେଲ ୱିକେଟ କିପିଂ କରି ପାରନ୍ତି ।

ତେବେ ଆସନ୍ତା ୨୮ ଅକ୍ଟୋବରରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ହେବାକୁ ଯାଉଛି ।ପରୋକ୍ଷରେ ଏହା ଏକ ନକଆଉଟ ମ୍ୟାଚ କହିଲେ ଭୁଲ ହେବନି । ତେବେ ଏକ ରିପୋର୍ଟ ଅନୁସାରେ ୱେଡଙ୍କ କରୋନ ଲକ୍ଷଣ ସାମାନ୍ୟ ଥିବାରୁ ସେ ଯଥାସମ୍ଭବ ଏହି ମ୍ୟାଚ ଖେଳିବେ ବୋଲି ଆଶା କରାଯାଉଛି ।

Related Posts