ଅଷ୍ଟ୍ରେଲିଆ ପୂର୍ବତନ ଖେଳାଳି ଗିଲକ୍ରିଷ୍ଟଙ୍କ ଟ୍ୱିଟ ପରେ PM Care କୁ ୫୦ ହଜାର ଡଲାର ଦାନ କଲେ ଅଷ୍ଟ୍ରେଲିଆ ଖେଳାଳି କମିନ୍ସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :କରୋନା ମହାମରୀ ସଂକଟ ସମୟରେ ଲୋକ ମାନଙ୍କୁ ସାହାଯ୍ୟ କରିବା ପାଇଁ ରଥି, ମହାରଥି ହାତ ବଢ଼େଇ ଛନ୍ତି। ଏଥିରୁ ବର୍ତ୍ତୀ ଯାଇ ନାହାନ୍ତି( IPL) ଖେଳଳି । ଏଥର ଖାତା ରେ ଯୋଡି ହୋଇଛନ୍ତି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ତଥା ବର୍ତ୍ତମାନ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ(କେକେଆର) ପକ୍ଷରୁ ଖେଳୁଥିବା ପ୍ୟାଟ କମିନ୍ସ। ଅକ୍ସିଜେନ ସଙ୍କଟକୁ ଦୃଷ୍ଟିରେ ରଖି କମିନ୍ସ ଭାରତ ସରକାରଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। କମିନ୍ସ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ୫୦ ହଜାର ଡଲାରର ଆର୍ଥିକ ସହାୟତା ଦାନ କରିଛନ୍ତି।ଯାହାକି ଭାରତୀୟ ମୁଦ୍ରାରେ ୩୭,୩୮,୬୯୫ ହେବ।ଏହି ଅର୍ଥରେ ଅକ୍ସିଜେନ କିଣି ଭାରତୀୟ ହସ୍ପିଟାଲଗୁଡ଼ିକୁ ଯୋଗାଇ ଦେବା ପାଇଁ ସେ ଅନୁରୋଧ କରିଛନ୍ତି।ଏଥିସହ ସେ ଆଇପିଏଲ ଖେଳୁଥିବା ତାଙ୍କ ସହଯୋଗୀମାନଙ୍କୁ ମଧ୍ୟ ଆର୍ଥିକ ସହାୟତା କରିବାକୁ ନିବେଦନ କରିଛନ୍ତି। କମିନ୍ସ ଟ୍ୱିଟ କରି କହିଛନ୍ତି, ଭାରତ ଏମିତି ଏକ ଦେଶ ଯେଉଁଠାରୁ ମୁଁ ଅନେକ ଭଲ ପାଇବା ପାଇଛି। ଏଠାକୁ ଆସି ଅନେକ ଭଲ ଲୋକଙ୍କୁ ମିଶିଛି । କିନ୍ତୁ ବର୍ତ୍ତମାନ ଅନେକ ଲୋକ ଅସୁବିଧାରେ ପଡ଼ିଥିବା ଦେଖି ବହୁତ ଦୁଃଖ ଲାଗୁଛି। ଭାରତରେ କରୋନା ସଂକ୍ରମଣ ଅଧିକ ରହିଥିବା ବେଳେ ଆଇପିଏଲ ଆୟୋଜନ କରାଯିବା ଠିକ୍‌ କି ନୁହେଁ, ତା’କୁ ନେଇ ଅନେକ ଆଲୋଚନା ହେଉଛି।

ସୂଚନା ଥାଉକି ଶନିବାର ଆଡାମ ଗିଲକ୍ରିଷ୍ଟ ଟ୍ୱିଟକରି ମହାମାରୀ ସମୟରେ ଆଇପିଏଲ ମ୍ୟାଚ୍, ଅନୁପଯୁକ୍ତ ନା ଗୁରୁତ୍ୱପୂର୍ଣ୍ଣ ନଜର ହଟାଇବା ଚାଲ୍? ବୋଲି ଭାରତୀୟ ଦର୍ଶକ ଙ୍କୁ ପଚାରି ଥିଲେ।
ଲୋକମାନେ ସଂକ୍ରମଣର ଭୟ ଭିତରେ ଆଇପିଏଲ ମ୍ୟାଚ ଯୋଗୁ କିଛି ସମୟ ଏଣ୍ଟରଟେନମେଣ୍ଟ ପାଉଛନ୍ତି। ଏହି କଠିନ ସମୟରେ ଆଇପିଏଲ ଅନେକଙ୍କ ମୁହଁରେ ହସ ଖୁସି ଅନି ପାରିଛୁ । ଜଣେ ଖେଳାଳି ହିସାବରେ ମୁଁ ବହୁତ ଭାଗ୍ୟବାନ ଯେ ଆମେ ଏପରି ଏକ ପ୍ଲାଟଫର୍ମ ଜରିଆରେ ଲକ୍ଷଲକ୍ଷ ଲୋକଙ୍କ ସହ ଯୋଡ଼ି ହୋଇପାରୁଛୁ।

Related Posts