ଟି୨୦ ବିଶ୍ୱକପ: ସୁପର ୧୨ରେ ପ୍ରବେଶ କଲା ଶ୍ରୀଲଙ୍କା

ଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ ଆମ୍ଭ ହୋଇଯାଇଥିବା ବେଳେ, ଶ୍ରୀଲଙ୍କା ଚମତ୍କାର ପ୍ରଦର୍ଶନ କରି ସୁପର ୧୨ରେ ପ୍ରବେଶ କରିଛି । ଆଜି ଖେଳା ଯାଇଥିବା ମୁକାବିଲାରେ ଶ୍ରୀଲଙ୍କା ୧୬ ରନରେ ନେଦରଲାଣ୍ଡସକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୬ ୱିକେଟ ହରାଇ ୧୬୨ ରନ କରିଥିଲା । କୁଶଳ ମେଣ୍ଡିସ ୪୪ ବଲରେ ୭୯ ରନର ଇନିଂସ ଖେଳିଥିଲେ ।

୧୬୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନେଦରଲାଣ୍ଡସ ଟିମ ୨୦ ଓଭରରେ ୯ ୱିକେଟ ହରାଇ ୧୪୬ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ । ଓପନ ମାକ୍ସ ଓ ଡାଉଡ ୭୧ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ମଧ୍ୟ ଦଳକୁ ଜିତାଇ ପାରି ନ ଥିଲେ । ତାଙ୍କୁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସହଯୋଗ କରି ନ ଥିଲେ ।

ଶ୍ରୀଲଙ୍କା ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ୱାନିନ୍ଦୁ ହସରଙ୍ଗା ୩ଟି ୱିକେଟ ଅକ୍ତିଆର କରିଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ କୁଶଳଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Related Posts