
ନୂଆଦିଲ୍ଲୀ : ଆଇସିସି ଟି-୨୦ ବିଶ୍ୱକପ ୨୦୨୨ ର ଅଭିଯାନ ଭାରତ ପାଇଁ ଶେଷ ହୋଇଛି । ଫାଇନାଲ ଟିକେଟ୍ ହାସଲ କରିବାରେ ବିଫଳ ହୋଇଛି ଭାରତୀୟ ଟିମ୍ । ସେମିଫାନାଲରେ ଇଂଲଣ୍ଡଠାରୁ ୧୦ ଉଇକେଟ୍ରେ ପରାସ୍ତ ହୋଇଛି । ଫଳରେ ବିଶ୍ୱକପରୁ ବିଦାୟ ନେଇଛି ଭାରତ।
ତେବେ ଭାରତର ଶୋଚନୀୟ ପରାଜୟ ପରେ ବିରାଟ କୋହଲିଙ୍କ ପ୍ରତିକ୍ରିୟା ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି।
ବିରାଟ କୋହଲି ନିଜ ମନର ବ୍ୟଥା ଟୁଇଟର୍ରେ ପ୍ରକାଶ କରିଛନ୍ତି। ସେ ଟୁଇଟରରେ ଲେଖିଛନ୍ତି, ଆମେ ହୃଦୟରୁ ନିରାଶ ହୋଇ ଏବଂ ଆମର ସ୍ବପ୍ନ ପୂରଣ ନ କରି ପାରି ଅଷ୍ଟ୍ରେଲିଆରୁ ଫେରୁଛୁ। କିନ୍ତୁ ଏହି ଘଟଣା ସହିତ ଆମେ କିଛି ଭଲ ସ୍ମୃତି ନେଇ ଯାଉଛୁ ଏବଂ ମିଳିତ ଭାବରେ ପ୍ରଦର୍ଶନରେ ଉନ୍ନତି ଆଣିବୁ। ଷ୍ଟାଡିୟମକୁ ଆସି ଆମକୁ ସମର୍ଥନ କରିଥିବାରୁ ପ୍ରତ୍ୟେକ ପ୍ରଶଂସକଙ୍କୁ ଧନ୍ୟବାଦ । ଏହି ଜର୍ସି ପିନ୍ଧି ମୁଁ ଦେଶ ପାଇଁ ଖେଳିବା ପାଇଁ ସର୍ବଦା ଗର୍ବିତ।
ସେମିଫାଇନାଲ ମ୍ୟାଚରେ କୋହଲି ୫୦ ରନ ସ୍କୋର କରିଥିଲେ। ଏହା ବ୍ୟତୀତ ଏହି ମେଗା ଇଭେଣ୍ଟରେ ସେ ସର୍ବାଧିକ ରନ କରିଛନ୍ତି। ବିରାଟ କୋହଲି ଏହି ଟୁର୍ନାମେଣ୍ଟରେ ୬ଟି ମ୍ୟାଚ ଖେଳି ୪ଟି ଅର୍ଦ୍ଧଶତକ ହାସଲ କରିଥିଲେ