ଅଦରକାରୀ ପ୍ଲାଷ୍ଟିକ୍ ବୋତଲରୁ ପ୍ରସ୍ତୁତ ମୋଦିଙ୍କ ଖାସ୍ ଜ୍ୟାକେଟକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୮/୨(ସତ୍ୟପାଠ ବ୍ୟୁରୋ): ଏକ ଖାସ୍ ଜ୍ୟାକେଟ ପିନ୍ଧି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସଂସଦକୁ ସେ ଏହି ଖାସ୍ ବ୍ଲୁ ରଙ୍ଗର ଜ୍ୟାକେଟ ପିନ୍ଧି ଆସିଛନ୍ତି। ଯାହାକୁ ନେଇ ସବୁଠି ଆଲୋଚନା। ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରଖିବା ପାଇଁ ସେ ଏହି ଖାସ୍ ଜ୍ୟାକେଟ୍ ପିନ୍ଧି ଆସିଥିଲେ। ତେବେ ଏହି ଜ୍ୟାକେଟ୍ ର ବିଶ୍ଵସତ୍ଵ ହେଉଛି ଏହା ଅଦରକାରୀ ପ୍ଲାଷ୍ଟିକ୍ ବୋତଲରୁ ପ୍ରସ୍ତୁତ ହୋଇଛି। ଏହି ଜ୍ୟାକେଟ୍ ମୋଦିଙ୍କୁ ଇଣ୍ଡିଆନ୍ ଅଏଲ କର୍ପୋରେସନ ପକ୍ଷରୁ ସୋମବାର ବେଙ୍ଗାଲୁରୁ ଠାରେ ଏନର୍ଜି ସପ୍ତାହ ଅବସରରେ ଉପହାରରେ ମିଳିଥିଲା।

ସେପଟେ ଜଣାପଡ଼ିଛି ୧୦ କୋଟି ଅଦରକାରୀ ପିଇଟି ବୋତଲ ରିସାଇକେଲ କରାଯାଇ ଇଣ୍ଡିଆନ୍‌ ଅଏଲ ଓ ସଶସ୍ତ୍ର ବାହିନୀ ନିମନ୍ତେ ଦୀର୍ଘସ୍ଥାୟୀ ୟୁନିଫର୍ମ ପୋଷାକ ତିଆରି କରାଯିବ।

ସୂଚନା ଥାଉକି, ୧୯ ହଜାର ୭୦୦ କୋଟି ଟଙ୍କା ବିନିଯୋଗରେ ସରକାର ନିକଟରେ ନ୍ୟାସନାଲ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନର ଶୁଭାରମ୍ଭ କରିଛନ୍ତି। ଯାହା ଅଙ୍ଗାରକାମ୍ଳ ନିର୍ଗମନକୁ କମାଇବା ସହ ଜୀବାଷ୍ମ ଇନ୍ଧନ ବ୍ୟବହାର ଗୁରୁତ୍ୱକୁ ମଧ୍ୟ କମାଇବ। ଏହା ଦେଶର ବୈଷୟିକ ଜ୍ଞାନ ଓ ବଜାରରେ ଅଗ୍ରଣୀ ଭୂମିକାକୁ ପ୍ରତିପାଦିତ କରିବ ବୋଲି ଜଣାପଡ଼ିଛି।

Related Posts