ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ବ୍ୟକ୍ତିଗତ ଫଟୋକୁ ଲିକ୍ କରିବା ଓ ବ୍ଲାକମେଲିଂ କରିବାର ଅଭିଯୋଗ ଆଣିଲେ ତାମିଲ ଅଭିନେତ୍ରୀ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ତାମିଲ ଫିଲ୍ମ୍ ନାଡୋଡିଗାଲରୁ ଚର୍ଚ୍ଚିତ ହୋଇଥିବା ତାମିଲ ଅଭିନେତ୍ରୀ ଚାନ୍ଦିନୀ ଏବେ ଚର୍ଚ୍ଚାରେ । ତେବେ ତାଙ୍କର ବ୍ୟକ୍ତିଗତ ଫଟୋକୁ ଲିକ୍ କରିବା ଏବଂ ତାଙ୍କୁ ବ୍ଲାକମେଲିଂ କରାଯାଉଥିବାର ସେ ଅଭିଯୋଗ କରିଛନ୍ତି । କିନ୍ତୁ ସବୁଠାରୁ ରୋଚକ କଥାଟି ହେଉଛି ଅଭିନେତ୍ରୀ ଚାନ୍ଦିନୀ ପୂର୍ବତନ ଅଲ ଇଣ୍ଡିଆ ଆନ୍ନା ଦ୍ରାବିଡା ମୁନ୍ନେଟ୍ରା କାଜଗାମର ନେତା ଏମ ମାଣିକନ୍ଦନଙ୍କ ବିରୋଧରେ ଏହି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ତେବେ ପୂର୍ବତନ ନେତା ଅଭିନେତ୍ରୀ ଚାନ୍ଦିନୀଙ୍କୁ ବ୍ଲାକମେଲିଂ ଓ ବ୍ୟକ୍ତିଗତ ଫଟୋ ଲିକ୍ କରିବାର ଧମକ ଦେଇଛନ୍ତି । ଅଭିନେତ୍ରୀ ଅଭିଯୋଗ କରିଛନ୍ତି ଯେ ପୂର୍ବତନ ଆଇଟି ମନ୍ତ୍ରୀ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଗର୍ଭଧାରଣ କରାଇଥିଲେ କିନ୍ତୁ ପରେ ଗର୍ଭପାତ କରିବାକୁ ବାଧ୍ୟ କରିଥିଲେ। କେବଳ ଏତିକି ନୁହେଁ ତାଙ୍କ ଜୀବନକୁ ବିପଦ ଅଛି ବୋଲି ମଧ୍ୟ ଚାନ୍ଦିନୀ କହିଛନ୍ତି । ଅନ୍ୟପଟେ ଉଭୟଙ୍କର ଚାଟ୍, ଡକ୍ୟୁମେଣ୍ଟ୍ ଏବଂ ଫଟୋଗ୍ରାଫ୍ ସେୟାର କରିବା ସହ ତାଙ୍କର ରାଜନେତାଙ୍କ ସହ ସମ୍ପର୍କର ପ୍ରମାଣ ଅଛି ବୋଲି ଚେନ୍ନାଇ ପୁଲିସ କମିସନରଙ୍କ ନିକଟରେ ସ୍ପଷ୍ଟ କରିଛନ୍ତି। ତେବେ ମ୍ୟାଲେସିଆନ ଟୁରିଜିମ୍ ଡେଭଲପମେଣ୍ଟ ପ୍ରୋଜେକ୍ଟରେ ମାଣିକନ୍ଦନଙ୍କ ସହ ପ୍ରଥମ ଦେଖା ହୋଇଥିଲା ବୋଲି ସେ କହିଛନ୍ତି । ଏହି କାମକୁ ନେଇ
ଭାରତକୁ ବାରମ୍ବାର ଗସ୍ତ ସମୟରେ ହିଁ ଉଭୟଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇଯାଇଥିଲା । ଏନେଇ ମନ୍ତ୍ରୀ ଜଣଙ୍କ ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ମଧ୍ୟ ଦେଇଥିଲେ । 2019 ମସିହାରେ ମାଣିକନ୍ଦନ ତାମିଲନାଡୁ କ୍ୟାବିନେଟରେ ଆଇଟି ମନ୍ତ୍ରୀ ପଦରୁ ମୁକ୍ତ ହୋଇଥିଲେ।

Related Posts