
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହିଳା ବିଡିଓଙ୍କୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ କରି ଆଜି ବିଜେଡି ପକ୍ଷରୁ ପାପଡ଼ାହାଣ୍ଡି ବ୍ଲକ୍ କାର୍ୟ୍ୟାଳୟ ନିକଟରେ ପ୍ରତିବାଦ ସଭା କରାଯାଇଛି । ସେପଟେ ଏହି ସଭାରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗଦେଇ ଗତକାଲି କଂଗ୍ରେସର କର୍ମକର୍ତ୍ତା ଓ ଜୟପୁର ବିଧାୟକ ଯେଭଳି ଭାବେ ଜଣେ ମହିଳା ବିଡିଓଙ୍କୁ ବ୍ୟବହାର କରିଥିଲେ ତାକୁ ଦୃଢ଼ ନିନ୍ଦା କରିଥିଲେ। ଏବଂ ଜୟପୁର ବିଧାୟକ ତାରା ବାହିନୀପତିଙ୍କୁ ଟାର୍ଗେଟ କରି ବଡ଼ ବୟାନ ଦେଇଥିଲେ । ତେବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଭାଲୁ ହେଲେ ମୁଁ ବାଘ। ବାଘ ରହୁଥିବା ସ୍ଥାନରେ ଭାଲୁ କିଛି କରିପାରିବନି’।
ବିଧାୟକ ଶ୍ରୀ ରାନ୍ଧାରୀ ଆହୁରି ମଧ୍ୟ ଅଭିଯୋଗ କରିଥିଲେ, ‘ଜୟପୁର ବିଧାୟକ ପାପଡ଼ାହାଣ୍ଡି ବିଡିଓଙ୍କୁ ଦଳିତ ଓ ଦୁର୍ନୀତିଗସ୍ତ ବୋଲି ଆକ୍ଷେପ କରିଥିଲେ। କେବଳ ଆକ୍ଷେପ ନୁହେଁ, ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲେ। ବିଡିଓ ଦୁର୍ନୀତିଗ୍ରସ୍ତ ବୋଲି ବିଧାୟକ ବାହିନୀପତିଙ୍କ ନିକଟରେ କ’ଣ ପ୍ରମାଣ ରହିଛି? ବରଂ, ଶ୍ରୀ ବାହିନୀପତି ବିଡିଓଙ୍କୁ ଦଳିତ ବୋଲି ଆକ୍ଷେପ କରିଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଉକ୍ତ ଭିଡିଓକୁ ଦେଖି ପ୍ରଶାସନ ଓ ପୁଲିସ ନିଜଆଡ଼ୁ ମାମଲା ରୁଜୁ କରି ଶ୍ରୀ ବାହିନୀପତିଙ୍କୁ ଗିରଫ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ରାନ୍ଧାରୀ କହିଛନ୍ତି। । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।