ପ୍ରାର୍ଥୀ ତାଲିକାରେ ଗଡ଼ବଡ଼ ଅଛି

ମନ୍ତବ୍ୟ ଦୁର୍ଭାଗ୍ୟଜନକ: ନିରଞ୍ଜନ

ଗତ ସୋମବାର ବିଜେଡ଼ି ସୁପ୍ରିମୋ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ମଧ୍ୟରାତ୍ରିରେ କଂଗ୍ରେସ ଓଡ଼ିଶା ଲାଗି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ତେବେ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ଦଳରେ ବିରୋଧର ସ୍ୱର ଉଠିଛି ।

ପ୍ରାର୍ଥୀ ତାଲିକାକୁ ନେଇ କଂଗ୍ରେସ ନେତା ତାରପ୍ରସାଦ ବାହନୀପତି ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି କୋରାପୁଟ ହେଉଛି କଂଗ୍ରେସର ଗଡ଼ । କିନ୍ତୁ ଏଠାରେ ଗଡବଡ ଚାଲିଛି । କିଏ ଗଡବଡ କରୁଛି ତାହା ସମୟ କହିବ । ପ୍ରଦୀପ ମାଝି ଚାହିଁଲେ ଟିକେଟ ଦିଅନ୍ତି ଓ କାଟନ୍ତି । ମୋ କଥା ରହେନାହିଁ । ପୂର୍ବରୁ କୁହାଯାଇଥିଲା ସମସ୍ତ ବିଧାୟକଙ୍କୁ ଟିକେଟ ମିଳିବ । ଏବେ କୋଟପାଡ଼ ଓ ଲକ୍ଷ୍ମୀପୁରରୁ ଟିକେଟ ଫାଇନାଲ ନ ହେବା ଦୁର୍ଭାଗ୍ୟଜନକ । କୋରାପୁଟ ଲୋକସଭା ଆସନ ଘୋଷଣାକୁ ଅପେକ୍ଷା କରିଛି ବୋଲି ଶ୍ରୀ ବାହିନୀପତି କହିଛନ୍ତି ।

ତେବେ ତାରାଙ୍କର ଏପରି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଯେ ତାରାଙ୍କ ଭଳି ଜଣେ ବରିଷ୍ଠ ନେତା ଏଭଳି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ । ସେ ଶେଷ ଯାଏଁ ଅପେକ୍ଷା କରନ୍ତୁ ।

ସେପଟେ ତାରା କହିଛନ୍ତି କଂଗ୍ରେସ ଲୋକସଭା ପାଇଁ ନୂଆ ମୁହଁ ଦେଇଛି । ଚଳିତ ଥର ନୂଆ ମୁହଁ ଓ ଯୁବକଙ୍କୁ ସୁଯୋଗ ଦିଆଯାଇଛି । କୋରାପୁଟରେ ପୁଣି ଥରେ ଗଡ଼ ରକ୍ଷା କରିବ ବୋଲି ଦମ୍ଭୋକ୍ତି କରିଛନ୍ତି ତାରାପ୍ରସାଦ ବାହିନୀପତି ।

ନବୀନ ପଟ୍ଟନାୟକ ଆଗାମୀ ନିର୍ବାଚନ ପାଇଁ ଭୟଭୀତ ହୋଇପଡ଼ିଛନ୍ତି । ସେଥିପାଇଁ କାଳିଆ, ପିଠା ପରି ଅନେକ ଯୋଜନା କରି ଲୋକଙ୍କୁ ଭ୍ରମିତ କରୁଛନ୍ତି ବୋଲି ତାରାପ୍ରସାଦ ବାହିନୀପତି କହିଛନ୍ତି । ସେଥିପାଇଁ ଗୋଟିଏ ନୁହେଁ ଦୁଇଟି ନିର୍ବାଚନୀ ମଣ୍ଡଳୀରୁ ଲଢ଼ୁଛନ୍ତି ନବୀନ ।

Related Posts