ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଟାର୍ଗେଟ୍ କିଲିଂ ଜାରି ରହିଛି। ସରକାର ଓ ପ୍ରଶାସନ ପକ୍ଷରୁ ଅନେକ ସଚେତନତା ପରେ ମଧ୍ୟ ବାଛି ବାଛି ହିନ୍ଦୁ ଓ କାଶ୍ମୀର ପଣ୍ଡିତ ଓ ଅଣକାଶ୍ମୀରବାସୀଙ୍କୁ ହତ୍ୟା କରୁଛନ୍ତି ଆତଙ୍କବାଦୀ।

ଶନିବାର ସନ୍ଧ୍ୟାରେ ପୁଲୱାମା ଜିଲ୍ଲା କାକାପୋରା ଅଞ୍ଚଳର ଖରବଟାପୁରେ ଦୁଇଜଣଙ୍କୁ ଗୁଳି କରିଛନ୍ତି ଆତଙ୍କବାଦୀ।

ପୁଲିସର ସୂଚନା ଅନୁସାରେ ଖରଭଟାପୁରା ରତ୍ନୀପୁରାର ଅଞ୍ଚଳରେ ଦୁଇ ଅଣକାଶ୍ମୀରବାସୀ ଶ୍ରମିକଙ୍କ ଉପରେ ଗୁଳି ଚଳାଇଥିଲେ ଆତଙ୍କବାଦୀ। ଉଭୟଙ୍କ ନା ଶମଶେଦ୍ ଓ ଫୈଜ୍ କାସ୍ରି। ଉଭୟ ବିହାରରୁ ଆସି ଏଠାରେ କାମ କରୁଥିଲେ ବୋଲି ପୁଲିସ ସୂଚନା ଦେଇଛି।

ଗୁଳି ବାଜିବା ପରେ ସେମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ପୁଲିସ ସୂଚନା ଦେଇଛି।