ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ଦେଶବ୍ୟାପୀ ବିକ୍ଷୋଭର ନିଆଁ ଜଳୁଥିବା ବେଳେ, ଅସନ୍ତୋଷ ଙ୍କୁ ମନାଇବା ପାଇଁ ଅଣ୍ଟା ଭିଡିଛନ୍ତି ସରକାର । ସେପଟେ ସରକାରଙ୍କ ସାଥ ଦେଇଛନ୍ତି ଅନେକ ବଡ଼ ବଡ଼ ଉଦ୍ୟୋଗପତି ।
ମହିନ୍ଦାରଓ ଗୋୟଙ୍କାଙ୍କ ଭଳି ଦେଶର କିଛି ଉଦ୍ୟୋଗପତିଙ୍କ ସମର୍ଥନ ମିଳିବା ପରେ ଏବେ ଟାଟା ସନ୍ ଚେୟାର ମଧ୍ୟ ଯୋଜନାକୁ ସମର୍ଥନ କରିଛନ୍ତି। ସେନାର ସେବା କରି ଫେରିବା ପରେ ଟାଟା ଗ୍ରୁପ୍ ଭଳି ଇଣ୍ଡଷ୍ଟ୍ରିମାନଙ୍କୁ ମଧ୍ୟ ଶୃଙ୍ଖଳିତ ପ୍ରଶିକ୍ଷିତ କର୍ମଚାରୀ ମିଳିଯିବେ ବୋଲି ଟାଟା ସନ୍ ଚେୟାରମ୍ୟାନ୍ ଏନ୍ ଚନ୍ଦ୍ରଶେଖର କହିଛନ୍ତି।
ଚନ୍ଦ୍ରଶେଖରନଙ୍କ ପୂର୍ବରୁ ମହିନ୍ଦ୍ରାଗ୍ରୁପର ଚେୟାର ମ୍ୟାନ୍ ଆନନ୍ଦ ମହିନ୍ଦ୍ରା, ଆର୍ପିଜି ଏଣ୍ଟରପ୍ରାଇଜେସ୍ ଚେୟାର୍ମ୍ୟାନ୍ ହର୍ଷ ଗୋୟଙ୍କା, ବାଇଓକନ ଲିମିଟେଡ୍ର ଚେୟାରପର୍ସନ କିରାନ ମଜମୁଦାର-ଶହ ଏବଂ ଅପୋଲୋ ହସପିଟାଲ ଗ୍ରୁପ ଜଏଣ୍ଟ ମ୍ୟାନେଜିଂ ଡାଇରେକ୍ଟର ସଂଗୀତା ରେଡ୍ଡୀ ଏହି ଯୋଜନାକୁ ସମର୍ଥନ କରିଛନ୍ତି।
ଟାଟା ସନ୍ସ ଚେୟାରମ୍ୟାନ୍ ଚନ୍ଦ୍ରଶେଖର କହିଛନ୍ତି “ଆମ ଟାଟା ଗ୍ରୁପ୍ ମଧ୍ୟ ଅଗ୍ନିବୀରମାନଙ୍କର ଦକ୍ଷତା ବୁଝୁଛି। ଏବଂ ଇଣ୍ଡିଷ୍ଟ୍ରୀରେ ଏଭଳି ପ୍ରତିନିଧିମାନଙ୍କୁ ସ୍ୱାଗତ କରୁଛି।”
ଏପଟେ ଯୋଜନାକୁ ନେଇ ଦେଶବ୍ୟାପୀ ହିଂସା ହୋଇଛି। ବିକ୍ଷୋଭକାରୀମାନେ ବିହାର୍ ରେଳବାଇର ୧୦୦୦ କୋଟିରୁ ଅଧିକ ସମ୍ପତ୍ତି ନଷ୍ଟ କରିଛନ୍ତି। ତା ସହ ନେତାଙ୍କ ଘର ଆକ୍ରମଣ କରିବା ବସ ଟ୍ରକ୍ ପୋଡ଼ାଜଳା ମଧ୍ୟ କରିଛନ୍ତି। ଏଥିପାଇଁ ୫୦୦ରୁ ଅଧିକ ଟ୍ରେନ୍ ରଦ୍ଦ କରିବାକୁ ପଡିଛି।
