ଆଜି ଅନ୍ତର୍ଜାତୀୟ ଯୋଗ ଦିବସ: ମହୀଶୂର ପ୍ୟାଲେସରେ ଯୋଗ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ସମଗ୍ର ବିଶ୍ବ ଆଜି ପାଳନ କରୁଛି ଯୋଗ ଦିବସ । ନିଜ କୁ ସୁସ୍ଥ ରଖିବାର ବାର୍ତ୍ତା ନେଇ ଆଜି ସମଗ୍ର ବିଶ୍ବ ଯୋଗ ଦିବସ ପାଳନ କରୁଛି ।

ଚଳିତ ବର୍ଷ ଯୋଗ ଦିବସ ର ଥିମ୍ ରହିଛି ‘ଯୋଗ ଫର୍ ହ୍ୟୁମାନିଟି’। ବିଶ୍ବବ୍ୟାପୀ ବିଭିନ୍ନ ସ୍ଥାନରେ ପ୍ରାୟ ୨୫ କୋଟି ଲୋକ ଯୋଗ କରିବେ। ଭାରତର ୭୫ଟି ଐତିହ୍ୟସ୍ଥଳୀରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି ।

ତେବେ କରୋନା ମହାମାରୀ ପାଇଁ ଦୀର୍ଘ ୨ ବର୍ଷ ହେବ ଭର୍ଚୁଆଲ ଭାବେ ଯୋଗ ଦିବସ ପାଳନ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଭର୍ଚୁଆଲ ନୁହେଁ। ସିଧାସଳଖ ଲୋକମାନେ ଯୋଗ ଦିବସ ଅଭିମୁଖେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦାନ କରି ଯୋଗ କରିବେ। ବିଶ୍ବ ଯୋଗ ଦିବସ ପାଇଁ କର୍ଣ୍ଣାଟକର ଐତିହ୍ୟ ସହର ମହୀଶୂରର ରାଜ ପ୍ରାସାଦ ଏକ ଦୁର୍ଗରେ ପରିଣତ ହୋଇଛି। ମହୀଶୂର ପ୍ୟାଲେସରେ ଯୋଗ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାୟ ୧୫ ହଜାର ଲୋକଙ୍କ ସହ ମହୀଶୂର ପ୍ୟାଲେସ୍ ରେ ଯୋଗ କରୁଛନ୍ତି।

ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ, ବିଜେପି ବିଧାୟକ, ଦଳୀୟ ନେତା ଏବଂ ୩୦୦୦ କେନ୍ଦ୍ର ସରକାରୀ କର୍ମଚାରୀ ମୋଦିଙ୍କ ସହ ୪୫ ମିନିଟ୍ ପାଇଁ ଯୋଗ କରିବେ। ଯୋଗ, ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ। ଅନେକ ବର୍ଷ ପୂର୍ବେ ଏହାର ଉତ୍ପତ୍ତି ଭାରତରେ ହୋଇଥିଲା । ବିଶେଷଜ୍ଞଙ୍କ ମତରେ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ ଯୋଗ ଏକ ସିଦ୍ଧ ଉପଚାର ଅଟେ। ଅନ୍ତର୍ଜାତୀୟ ସ୍ତରରେ ଏହାକୁ ପାଳନ କରିବା ପାଇଁ ମିଳିତ ଜାତିସଂଘ ଅଧିବେଶନରେ ୧୧ ଡିସେମ୍ବର ୨୦୧୪ରେ ସଂକଳ୍ପ ହୋଇଥିଲା ।

Related Posts