ଟାଟାର୧୦୦ କୋଟିର ଚା ପ୍ୟାକେଜିଂ ୟୁନିଟ ଓଡ଼ିଶାରେ ଖୁବ ଶୀଘ୍ର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଅଗ୍ରଣୀ ଚା ପାନୀୟ ନିର୍ମାଣ ସସ୍ଥା ଟାଟା କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍ ଓଡିଶାରେ ତାହାର ଏକ ଉତ୍ପାଦନ କେନ୍ଦ୍ର ଖୋଲିବାକୁ ଯାଉଛି । ୧୦୦ କୋଟି ବିନିଯୋଗରେ ଏହି ପ୍ୟାକେଜିଂ ୟୁନିଟ୍ ଖୁବ୍ ଶୀଘ୍ର ଆରମ୍ଭ ହେବାର ସମ୍ଭାବନା ରହିଛି ।ଟାଟା ଷ୍ଟିଲ୍ ର ସ୍ପେଶାଲ ଇକୋନୋମିକ୍ ଜୋନ୍ ରେ ଅବସ୍ଥିତ ଏହି ୟୁନିଟ୍ ର ବାର୍ଷିକ ଉତ୍ପାଦନ କ୍ଷମତା ହେଉଛି ୬୦ ନିୟୁତ କିଲୋଗ୍ରାମ । ଏହା ୧୬ ଏକର ଜାଗାରେ ନିର୍ମିତ ହୋଇଛି ।କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଏହାର ପରୀକ୍ଷାମୂଳକ ଉତ୍ପାଦନ ଆରମ୍ଭ ହୋଇଯାଇଛି ।

Related Posts