ଦେଶର ସ୍ୱାସ୍ଥ୍ୟବସ୍ଥା ଭୁସୁଡ଼ିବାରେ ବିଜେପି ହିଁ ଦାୟୀ; ଅଖିଳେଶ ଯାଦବ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର :ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ର ସଭାପତି ଅଖିଳେଶ ଯାଦବ ଶୁକ୍ରବାର ଦିନ ଚିକିତ୍ସା ବ୍ୟବସ୍ଥାର ପତ୍ତନ ପାଇଁ ବିଜେପିକୁ ଦାୟୀ କରିଛନ୍ତି। ଏନେଇ ସେ ଶାସକ ବିଜେପି ଉପରେ ଖୁବ୍ ବର୍ଷିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଉତ୍ତରପ୍ରଦେଶରେ ସରକାରୀ ଯନ୍ତ୍ରପାତି ଓ ଡାକ୍ତରଖାନା ସଠିକ୍ ଭାବେ କାର୍ଯ୍ୟକ୍ଷମ ହେଉନାହିଁ , ଯାହାଫଳରେ COVID-19 ରେ ପୀଡିତ ଜନସାଧାରଣ ମୃତ୍ୟୁବରଣ କରୁଛନ୍ତି। ଆହୁରି କହିଛନ୍ତି ଏଭଳି ସଙ୍କଟଜନକ ପରିସ୍ଥିତିରେ କିଛି ବ୍ୟକ୍ତି ଔଷଧ , ଅମ୍ଳଜାନ ସିଲିଣ୍ଡର, ଭେଣ୍ଟିଲେଟର ଏବଂ ହସ୍ପିଟାଲ ବେଡର କଳାବଜାରୀ ରେ ନିୟୋଜିତ ଅଛନ୍ତି ।ଏବଂ ଏଠିକାର ପ୍ରଶାସନ ସ୍ଥାଣୁ ଓ ମୂକ ଦର୍ଶକ ପାଲଟିଯାଇଛି ।

Related Posts