ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ ଓ ଅମିତ ଶାହଂକ ଭେଟଘାଟ, ସାଂଗହୋଇ ଲଢିବେ ତେଲେଂଗାନା ନିର୍ବାଚନ

ନୂଆଦିଲ୍ଲୀ: ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଆଜି ଦିଲ୍ଲୀରେ ବିଜେପି ସଭାପତି ଜେପି ନାଡା ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ତେଲେଙ୍ଗାନା ବିଧାନସଭା ନିର୍ବାଚନ ଏବଂ ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଏକ ମିଳିତ ମଞ୍ଚ ଉପରେ ଆଲୋଚନା କରିଛନ୍ତି। ଏହି ଆଲୋଚନା ପ୍ରାୟ ଅଧ ଘଣ୍ଟା ଧରି ଚାଲିଥିଲା।
ସୂତ୍ରରୁ ପ୍ରକାଶ ଯେ ଚଳିତ ବର୍ଷ ହେବାକୁ ଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ବିଜେପି ଏବଂ ଟିଡିପି ମିଳିତ ଭାବରେ ଲଢିପାରନ୍ତି।

2014 ରେ ଟିଡିପି ଏନଡିଏର ଏକ ଅଂଶ ଥିଲା କିନ୍ତୁ ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ପାହ୍ୟା ମାନ୍ୟତା ପ୍ରସଙ୍ଗରେ 2019 ନିର୍ବାଚନ ପୂର୍ବରୁ ମାର୍ଚ୍ଚ 2018 ରେ ଦଳ ମେଣ୍ଟ ଛାଡିଥିଲା। ତେବେ ନିକଟରେ ପୋର୍ଟ ବ୍ଲେୟାରରେ ହୋଇଥିବା ପୌ ରସଂସ୍ଥା ନିର୍ବାଚନ ପରେ ଉଭୟ ଦଳ ଏକାଠି ହୋଇଥିଲେ।

Related Posts