ଆରମ୍ଭରୁ ବିପର୍ଯ୍ୟୟ, ଆଡିଲେଡ୍‌ରେ ଭୁଶୁଡ଼ିଲା ଟିମ୍‌ ଇଣ୍ଡିଆର ବ୍ୟାଟିଂ, ମଧ୍ୟାହ୍ନ ଭୋଜନ ସୁଦ୍ଧା ଗଲା ୪ ୱିକେଟ୍‌

ଅଷ୍ଟ୍ରେଲିଆ ଗସ୍ତର ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି ଭାରତୀୟ ଦଳ । 4 ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆଜିଠାରୁ ଆଡିଲେଡ୍‌ରେ ଆରମ୍ଭ ହୋଇଛି । ଭାରତର ୪ ଜଣ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଅତି ଶସ୍ତାରେ ପ୍ୟାଭିଲିୟନ୍‌ ଫେରିଛନ୍ତି । ମଧ୍ୟାହ୍ନ ଭୋଜନ ସୁଦ୍ଧା ଭାରତ ମାତ୍ର 56 ରନ୍‌ ସଂଗ୍ରହ କରି ୪ ଓ୍ଵିକେଟ୍‌ ହରାଇଛି ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଟିମ୍‌ ଇଣ୍ଡିଆର କ୍ୟାପଟେନ୍‌ ବିରାଟ କୋହଲି । ତେବେ ଅଷ୍ଟ୍ରେଲୀୟ ବୋଲରମାନେ କୋହଲିଙ୍କ ନିଷ୍ପତ୍ତିକୁ ଭୁଲ ପ୍ରମାଣିତ କରିଥିଲେ । ଦ୍ୱିତୀୟ ଓଭରରେ ହିଁ କେ ଏଲ୍‌ ରାହୁଲଙ୍କୁ ଆଉଟ୍‌ କରିଥିଲେ କଙ୍ଗାରୁ ବୋଲର ଜୋସ୍‌ ହାଜଲଉଡ୍‌ । ପରେ ଅନ୍ୟତମ ଓପନର ମୁରଲୀ ବିଜୟ ବି ଷ୍ଟାର୍କଙ୍କ ଶିକାର ହୋଇଥିଲେ । ସେ ମାତ୍ର ୧୧ ରନ୍‌ କରି ଆଉଟ୍‌ ହୋଇଥିଲେ ।

କ୍ୟାପଟେନ୍‌ ବିରାଟ କୋହଲି ମଧ୍ୟ ମାତ୍ର ୩ ରନ୍‌ କରି ଆଉଟ୍‌ ହୋଇଥିଲେ । ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ ମାତ୍ର୧୩ ରନ୍‌ କରି କୁମିନ୍ସ ଶିକାର ହୋଇଥିଲେ । ମଧ୍ୟାହ୍ନ ଭୋଜନ ବିରତି ବେଳକୁ ଚେତେଶ୍ୱର ପୂଜାରା ୧୧ ଓ ରୋହିତ ଶର୍ମା ୧୫ ରନ୍‌ କରି ବ୍ୟାଟିଂ କରୁଛନ୍ତି ।

Related Posts