
ନୂଆଦିଲ୍ଲୀ : ପ୍ରଥମେ ଟି-୨୦ ସିରିଜ୍ ଆଉ ଏବେ ଦିନିକିଆ ସିରିଜ୍କୁ ନିଜ ନାଁ ରେ କରିଛି ଟିମ୍ ଇଣ୍ଡିଆ । ଉଭୟ ସିରିଜ୍ର ପ୍ରଥମ ମ୍ୟାଚ୍ ହାରିବା ପରେ ଶେଷ ଦୁଇଟି ମ୍ୟାଚ୍ ଜିତି ସିରିଜ୍କୁ କବ୍ଜା କରିଛି ମେନ୍ ଇନ୍ ବ୍ଲୁ । ତୃତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୭ଓ୍ୱିକେଟ୍ରେ ପରାସ୍ତ କରିଛି ଭାରତୀୟ ଟିମ୍ । ତେବେ ସିରିଜ୍କୁ ନିଜ ନାମରେ କବ୍ଜା କରିବା ପରେ ସେଲିବ୍ରେସନ୍ କରିଛନ୍ତି ଟିମ୍ ଇଣ୍ଡିଆର ଖେଳାଳି ।
ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ତୃତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକା ଟିମ୍ ମାତ୍ର ୯୯ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ଯାହାଫଳରେ ଭାରତକୁ ୧୦୦ ରନ୍ ଟାର୍ଗେଟ ମିଳିଥିଲା । ଭାରତୀୟ ଟିମ୍ ମାତ୍ର ୧୯.୫ ବଲ୍ରେ ଏହି ଛୋଟ ଟାର୍ଗେଟକୁ ହାସଲ କରିନେଇଥିଲା । ତେବେ ଏକ ଯୁବ ଟିମ୍ କିପରି ଏକ ଅଭିଜ୍ଞ ଦଳକୁ ପରାସ୍ତ କରିଛି । ତାହା ଏହି ସିରିଜ୍ରେ ଦେଖିବାକୁ ଥିଲା । ସିରିଜ୍ର ପ୍ରଥମ ମ୍ୟାଚ୍ ମାତ୍ର ୯ରନ୍ରେ ହାରିବା ପରେ ବାକି ଦୁଇଟି ମ୍ୟାଚ୍ ଜିତି ସିରିଜ୍କୁ ହାତେଇଛି ଟିମ୍ ଇଣ୍ଡିଆ । ତେବେ ଏହି ଯୁବ ଟିମ୍ ସିରିଜ୍ ବିଜୟୀ ପରେ ଖୁବ୍ ସାରା ସେଲିବ୍ରେସେନ୍ କରୁଥିବାର ଦେଖିବାକୁ ମିଳିଛି । ଖାସ୍ କରି ଦିଲେର ମେହେନ୍ଦୀଙ୍କ ହିଟ୍ ଗୀତ ବୋଲୋ… ତା..ରା..ରା..ରାରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଥିଲା । ଡ୍ରେସିଂ ରୁମ୍ରେ ଅଧିନାୟକ ଶିଖର ଧାଓ୍ୱାନଙ୍କ ସହ ସାଥୀ ଖେଳାଳୀମାନେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି ।
ଏହି ଡ୍ୟାନ୍ସ ଭରା ଭିଡିଓଟିକୁ ଅଧିନାୟକ ଶିଖର ଧାଓ୍ୱନ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।