ଇଂଲଣ୍ଡ ଗସ୍ତ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା: ଷ୍ଟାର ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ୱିନୀ କରୋନା ସଂକ୍ରମିତ

ମୁମ୍ବାଇ : ଇଂଲଣ୍ଡ ଗସ୍ତ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଲାଗିଛି ବଡ଼ ଝଟ୍‌କା । ଭାରତୀୟ ଟିମ୍‌ର ଷ୍ଟାର ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ୱିନୀ କରୋନା କବଜାରେ ଛନ୍ଦି ହୋଇଛନ୍ତି । ଏବେ ସେ ଅଭ୍ୟାସ୍‌ ମ୍ୟାଚ୍‌ରୁ ବାଦ୍‌ ପଡିବା ସମ୍ଭାବନା ରହିଛି ।

ମିଳିଥିବା ଖବର ଅନୁଯାୟୀ, ୟୁକେ ଅଭିମୁଖେ ଗସ୍ତ କରିସାରିଛି ଟିମ୍‌ ଇଣ୍ଡିଆ । କିନ୍ତୁ ଏଥିରେ ରବିଚନ୍ଦ୍ରନ ଅଶ୍ୱିନୀ ଗସ୍ତ ଯାଇନାହାନ୍ତି । କାହିଁକି ନା ଟିମ୍‌ ଗସ୍ତ ପୂର୍ବରୁ ସମସ୍ତ ସଦସ୍ୟଙ୍କର କୋଭିଡ଼ ପରୀକ୍ଷଣ କରାଯାଇଥିଲା । ଏଥିରେ ଅଶ୍ୱିନୀ ପଜିଟିଭ୍‌ ଥିବା ଜଣାପଡିଛି । ଯାହାପରେ ଏହି ଷ୍ଟାର୍‌ ସ୍ପିନରଙ୍କ ଗସ୍ତ ଉପରେ କଟକଣା ଲାଗିଥିଲା । କରୋନାରେ ସଂକ୍ରମିତ ହେବା ପରେ ଅଶ୍ୱିନୀ ଏବେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି । ସ୍ୱତନ୍ତ୍ର ଡାକ୍ତରୀ ଦଳ ନିୟମିତ ଭାବେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି ।

ତେବେ ଜୁଲାଇ ୧ରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ କୋଭିଡରୁ ଅଶ୍ୱିନୀ ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଛି । କିନ୍ତୁ ଅଭ୍ୟାସ୍‌ ମ୍ୟାଚ୍‌ରୁ ବାଦ୍‌ ପଡିପାରନ୍ତି ଅଶ୍ୱିନୀ । ଟିମ୍‌ ଇଣ୍ଡିଆ ଜୁଲାଇରେ ୧ରେ ଇଂଲଣ୍ଡ ସହିତ ଭାରତର ଟେଷ୍ଟ ମୁକାବିଲା ରହିଛି । କୋଭିଡ କାରଣରୁ ବାକି ଥିବା ଗୋଟିଏ ଟେଷ୍ଟ ମ୍ୟାଚ୍‌ ଖେଳାଯିବ । ୪ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଭାରତ ୨-୧ରେ ଆଗୁଆ ରହିଛି ।

Related Posts