‘ରୁଷ ରାଷ୍ଟ୍ରପତି ପୁଟିନ ଏବଂ ତାଙ୍କ ଯୁଦ୍ଧ ବିରୋଧରେ ତେଜିଲା ଜନ ଅସନ୍ତୋଷ: ୩୦୦୦ରୁ ଅଧିକ ବିକ୍ଷୋଭକାରୀ ଗିରଫ

ୟୁକ୍ରେନ୍‌ରେ ଉପରେ ଲଗାତାର ଭାବେ ଆକ୍ରମଣ ଜାରି ରଖିଛି ରୁଷ | ଘନ ଘନ ମିସାଇଲ ମାଡ଼ ସହ ଗୋଟିଏ ପରେ ଗୋଟିଏ ୟୁକ୍ରେନ ର ଅଂଚଳକୁ ନିଜ କବ୍ଜାକୁ ନେବାରେ ଲାଗିଛି ରୁଷ | ସେପଟେ ରୁଷ ର ଏହି ଯୁଦ୍ଧ ଆଉ ଆକ୍ରମଣ ବିରୋଧରେ ନିଜ ଦେଶର ଲୋକ ପ୍ରତିବାଦ କରିଛନ୍ତି | ଯୁଦ୍ଧକୁ ବିରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ରୁଷବାସୀ | ରୁଷରେ ଗତ ତିନି ଦିନ ହେଲା ଯୁଦ୍ଧ ବିରୋଧୀ ବିକ୍ଷୋଭ ଜାରି ରହିଛି। ତେବେ ଏଥିରେ ଭାଗ ନେଇଥିବା ୩୦୦୦ରୁ ଅଧିକ ବିକ୍ଷୋଭକାରୀଙ୍କୁ ପୁଲିସ ଗିରଫ କରିଛି।

ସମଗ୍ର ରୁଷରେ ବିରୋଧ ପ୍ରଦର୍ଶନ ବେଳେ ଗିରଫଦାରୀ ଉପରେ ନଜର ରଖୁଥିବା ଏକ ଗୋଷ୍ଠୀ ‘OVD-Info Monitor’ ଟ୍ୱିଟ୍ କରି କହିଛି, ଗତ ତିନି ଦିନ ମଧ୍ୟରେ ପୂରା ରୁଷରେ ଯୁଦ୍ଧ ବିରୋଧୀ ବିକ୍ଷୋଭ ପ୍ରଦର୍ଶନରେ ଭାଗ ନେଇଥିବା ଅତିମକ୍‌ରେ ୩୦୯୩ ଲୋକଙ୍କୁ ଗିରଫ କରାଯାଇଛି। ପୁଲିସ ଗତ ଫେବ୍ରୁଆରୀ ୨୪ ତାରିଖରେ ଅତିକମରେ ୧୯୬୭, ଫେବ୍ରୁଆରୀ ୨୫ରେ ୬୩୪ ଓ ଫେବ୍ରୁଆରୀ ୨୬ରେ ୪୯୨ ଲୋକଙ୍କୁ ଗିରଫ କରିଛି।

ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦ୍ୱାରା ଗୁରୁବାର ଘୋଷଣା କରାଯାଇଥିବା ସାମରିକ କାର୍ଯ୍ୟକଳାପକୁ ବିରୋଧ କରି ରୁଷର ବିଭିନ୍ନ ସହରଗୁଡ଼ିକରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭକାରୀମାନେ ଆମେରିକାର ହ୍ୱାଇଟ୍‌ ହାଉସ ବାହାରେ ମଧ୍ୟ ରାଲି କରିଥିଲେ ଏବଂ ଦିନସାରା ରୁଷର ଦୂତାବାସ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ହ୍ୱାଇଟ୍‌ ହାଉସର ପ୍ରେସ୍‌ ସଚିବ ଜେନ ସାକି କହିଛନ୍ତି, ‘ରୁଷ ରାଷ୍ଟ୍ରପତି ପୁଟିନ ଏବଂ ତାଙ୍କ ଯୁଦ୍ଧ ବିରୋଧରେ ସର୍ବସାଧାରଣରେ ବିରୋଧ କରିବା ଅତ୍ୟନ୍ତ ସାହସିକ କାର୍ଯ୍ୟ। ଏହାଦ୍ୱାରା ଜଣାପଡିଛି ଯେ, ୟୁକ୍ରେନ୍‌ରେ ପୁଟିନ୍‌ ଯାହା କରୁଛନ୍ତି, ତାକୁ କିଛି ରୁଷବାସୀ ସମର୍ଥନ କରୁନାହାନ୍ତି।

Related Posts