୪୦ ଡିଗ୍ରୀ ଉପରେ ଆଜି ୭ଟି ସହରର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଜାରୀ ରହିଛି ଗ୍ରୀଷ୍ମପ୍ରବାହ । ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଗ୍ରୀଷ୍ମପ୍ରବାହ । ଲଗାତାର ଭାବେ କିଛି ଦିନ ଧରି ଅନେକ ସ୍ଥାନରେ ଦିନର ତାପମାତ୍ରା ବଢ଼ିବାକୁ ଲାଗିଛି । ପ୍ରତ୍ୟେକ ଦିନ ୭ରୁ ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଆଜି ୭ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ୪୨.୬ ଡିଗ୍ରୀ ସହ ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି ।

ଏଥି ସହିତ ଝାରସୁଗୁଡ଼ାରେ ତାପମାତ୍ରା ୪୦.୮ ଡିଗ୍ରୀ ରହିଥିବା ବେଳେ ସମ୍ୱଲପୁରରେ ୪୦.୧, ସୁନ୍ଦରଗଡ଼ରେ ୪୦.୫ ଡିଗ୍ରୀ ରହିଛି । ସେହିପରି ଭବାନୀପାଟଣାରେ ୪୦.୬ ଡିଗ୍ରୀ, ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ ଏବଂ ସୋନପୁରରେ ୪୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଅନ୍ୟପଟେ, ବଙ୍ଗୋପସାଗରରେ ବାତ୍ୟା ଋତୁ ଆରମ୍ଭ ହୋଇଯାଇଛି । ଗତ ମାର୍ଚ୍ଚ ମାସରେ ଦୁଇଟି ବାତ୍ୟା ସୃଷ୍ଟି ହୋଇଥିଲେ ବି ତାହା ଭାରତୀୟ ଉପକୂଳ ପର୍ଯ୍ୟନ୍ତ ଆସିନଥିଲା । ଏବେ ଏପ୍ରିଲ ମାସର ପ୍ରଥମ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଲକ୍ଷଣ ଦେଖାଦେଇଛି । ଆସନ୍ତା ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ପରବର୍ତ୍ତୀ ଦୁଇଦିନରେ ଏହା ଆହୁରି ଘନୀଭୂତ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଉଭୟ ଭାରତୀୟ ପାଣିପାଗ ବିଭାଗ ଓ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ପୂର୍ବାନୁମାନ କରିଛନ୍ତି ।

Related Posts