
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମାଳଦ୍ୱୀପର ରାଜଧାନୀରେ ମାଲେରେ ଭୟାବହ ଅଗ୍ନିକାଣ୍ଡ। ଏଠାରେ ଥିବା ଏକ ବିଦେଶୀ ଶ୍ରମିକଙ୍କ ଘରେ ନିଆଁ ଲାଗିଯିବାରୁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ମୃତ ୧୦ ଜଣଙ୍କ ମଧ୍ୟରୁ ୯ ଜଣ ଭାରତୀୟ ଥିବା ଜଣାପଡିଛି। ଏହାସହିତ ଅନ୍ୟଜଣକ ବାଂଲାଦେଶୀ ନାଗରିକ ବୋଲି ସୂଚନା ମିଳିଛି। ତେବେ ୧୦ ମୃତକଙ୍କ ବ୍ୟତୀତ ଏହି ଅଗ୍ନିକାଣ୍ଡରେ ଅନେକ ଲୋକ ଆହତ ହୋଇଛନ୍ତି ।
ଜଣେ ସ୍ଥାନୀୟ ଲୋକ କହିବା ମୁତାବକ ନିଆଁ ଲାଗିଥିବା ବିଲ୍ଡିଂର ଉପର ମହଲାରୁ ୧୦ ଜଣ ଲୋକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଆଁକୁ ଆୟତ କରିବାକୁ ଆନୁମାନିକ ୪ ଘଂଟା ସମୟ ଲାଗିଥିବା କଥା ଅଗ୍ନିଶମ ଅଧିକାରୀ କହିଛନ୍ତି । ସୁରକ୍ଷା ଅଧିକାରୀଙ୍କ ସୂଚନା ମୁତାବକ ୧୦ ମୃତଦେହ ମଧ୍ୟରୁ ୯ ଟି ମୃତଦେହ ଭାରତୀୟଙ୍କର ।
ସେପଟେ ମାଳଦ୍ୱୀପର ରାଜନୈତିକ ଦଳମାନେ ଏବେ ବିଦେଶୀ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । କୁହାଯାଉଛି କି ମାଲଦୀପର ଅଧା ଜନ ବସତି ରାଜଧାନୀ ମାଲେରେ ରହିଥାନ୍ତି । ସେମାନଙ୍କର ମଧ୍ୟରୁ ଅଧିକାଂଶ ବାଂଲାଦେଶ, ଭାରତ, ନେପାଳ, ଶ୍ରୀଲଙ୍କା ଓ ପାକିସ୍ତାନର ନାଗରିକ ଅଟନ୍ତି।