
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲ୍ଲିକଙ୍କୁ ଆଜି ଆତଙ୍କବାଦୀ ପାଣ୍ଠି ମାମଲାରେ ଦିଲ୍ଲୀ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଗତ ମଙ୍ଗଳବାର ଦିନ ମଲ୍ଲିକ କଠୋର ବେଆଇନ କାର୍ୟ୍ୟକଳାପ ନିବାରଣ ଆଇନ ଅଧୀନରେ ଥିବା ସମସ୍ତ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଏହା ଘଟିଛି। ସେପଟେ ଜରିମାନା ପରିମାଣ ନିର୍ଣ୍ଣୟ କରିବାକୁ କୋର୍ଟ ତାଙ୍କ ଆର୍ଥିକ ସ୍ଥିତିର ଆକଳନ କରିବାକୁ ଜାତୀୟ ଅନୁସନ୍ଧାନ ଏଜେନ୍ସିକୁ କହିଛନ୍ତି। ମଲିକଙ୍କୁ ତାଙ୍କ ଆୟ ଏବଂ ସମ୍ପତ୍ତିର ସମସ୍ତ ଉତ୍ସ ପ୍ରକାଶ କରି ଏକ ଆଫିଡେଭିଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନଆଇଏ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।
ଅନ୍ୟପଟେ ମଲିକ କୋର୍ଟଙ୍କୁ କହିଥିଲେ ଯେ ସେ ତାଙ୍କ ବିରୋଧରେ ଦିଆଯାଇଥିବା ଅଭିଯୋଗରେ ପ୍ରତିଦ୍ୱନ୍ଦ୍ୱିତା କରୁନାହାଁନ୍ତି, ଯେଉଁଥିରେ ଧାରା ୧୬ (ଆତଙ୍କବାଦୀ କାର୍ୟ୍ୟ), ୧୭ (ଆତଙ୍କବାଦୀ କାର୍ୟ୍ୟକଳାପ ପାଇଁ ପାଣ୍ଠି ସଂଗ୍ରହ), ୧୮ (ଆତଙ୍କବାଦୀ କାର୍ୟ୍ୟକଳାପ ପାଇଁ ଷଡଯନ୍ତ୍ର) ଏବଂ ୨୦ (ଆତଙ୍କବାଦୀ ଗ୍ୟାଙ୍ଗର ସଦସ୍ୟ ହେବା) ଅନ୍ତର୍ଭୁକ୍ତ। ଗତ ମଙ୍ଗଳବାର ଦିନ ଧାରା ୧୨୦-ବି (ଅପରାଧିକ ଷଡଯନ୍ତ୍ର) ଏବଂ ୧୨୪-ଇ (ଦେଶଦ୍ରୋହ) ର ସମସ୍ତ ବେଆଇନ କାର୍ୟ୍ୟକଳାପ ନିବାରଣ ଆଇନ ଅଧୀନରେ ଥିବା ସମସ୍ତ ଦୋଷରେ ଦୋଷୀ ସାବ୍ୟସ୍ତ ହୋଇଛି । ଅନ୍ୟପଟେ ଦଣ୍ଡ ସମ୍ପର୍କିତ ଶୁଣାଣି ମେ’ ୨୫ ତାରିଖରେ ହେବ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।