ବାଜପେୟୀ ମୋତେ ପାସ୍‌ପୋର୍ଟ ପ୍ରଦାନ କରିଥିଲେ, ମୁଁ ଅପରାଧୀ ନୁହେଁ: ୟାସିନ ମାଲିକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀର ପଟିଆଲା କୋର୍ଟ ଟେରର ଫଣ୍ଡିଂ କେସରେ ୟାସନ ମଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସେପଟେ ଏନ୍‌ଆଇଏ କୋର୍ଟରେ ମାଲିକଙ୍କୁ ଫାଶୀ ଦଣ୍ଡାଦେଶ ଦାବି କରିଥିବା ବେଳେ ମାଲିକଙ୍କ ଓକିଲ ତାଙ୍କୁ ଆଜୀବନ କାରାଦଣ୍ଡ ଦେବାକୁ ଅଦାଲତରେ ଯୁକ୍ତି ବାଢ଼ିଥିଲେ। ଅଦାଲତ ଆସିନଙ୍କୁ ଶେଷରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଦାଲତରେ ଯୁକ୍ତତର୍କ ଚାଲିଥିବା ବେଳେ ୟାସିନ୍‌ କହିଥିଲେ କି ‘ବୁରହାନ ୱାନିଙ୍କ ଏନ୍‌କାଉଣ୍ଟର୍‌ର ୩୦ ମିନିଟ୍‌ ମଧ୍ୟରେ ମୋତେ ଗିରଫ କରାଯାଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମୋତେ ପ‌ାସ୍‌ପୋର୍ଟ ଦେବା ସହ ପୂରା ଘଟଣା ସଂପର୍କରେ ବୟାନ ଦେବାକୁ ଅନୁମତି ପ୍ରଦାନ କରିିଥିଲେ। କାହିଁକି ନା, ମୁଁ ଅପରାଧୀ ନୁହେଁ। ଏପରିକି ନ୍ୟାୟଧୀଶ କହିଥିଲେ ଯେ ଏହି ମାମଲା ପୂର୍ବରୁ ମୋ ନାମରେ କୌଣସି ଅପରାଧିକ ମାମଲା ନଥିଲା।’ ସେ ଆହୁରି ବି ସଫେଇ ଦେଇ କହିଥିଲେ କି ୧୯୯୪ ମସିହାରେ ଅସ୍ତ୍ର ଛାଡ଼ିବା ପରେ ସେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ମାନି ଆସୁଛନ୍ତି। ଏବେ ସେ କଶ୍ମୀରରେ ଅହିଂସା ରାଜନୀତି କରୁଛନ୍ତି।

ତାଙ୍କ କହିବା କଥା ହେଲା ଗତ ୨୮ ବର୍ଷ ମଧ୍ୟରେ ଯଦି କିଛି ଆତଙ୍କବାଦୀ ଗତିବିଧି ବା ହିଂସାରେ ସେ ସଂପୃକ୍ତ ଥିବା କଥା ଯଦି ଇଣ୍ଡିଆନ୍‌ ଇଣ୍ଟେଲିଜେନ୍ସ କହିଦିଏ ତ ସେ ରାଜନୀତିରୁ ବି ସନ୍ୟାସ ନେବାକୁ ପ୍ରସ୍ତୁତ। ଫାଶୀକୁ ବି ସେ ସ୍ବୀକାର କରିନେବେ। କାଶ୍ମୀର ବିଚ୍ଛିନତାବାଦୀ ନେତା ୟାସିନ ମଲିକଙ୍କୁ ଗତକାଲି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଟେରର୍ ଫଣ୍ଡିଂ ମାମଲା ସମେତ ଅନ୍ୟ ଗୁରୁତ୍ବପୂର୍ଣ୍ଣ ମାମଲାଗୁଡ଼ିକରେ ୟାସିନ ମଲିକ ବିରୋଧରେ ଦଣ୍ଡାଦେଶ ହୋଇଛି। ଏନ୍‌ଆଇଏ ୟାସିନ ପାଇଁ ମୃତ୍ୟୁଦଣ୍ଡ ଦାବି କରିଥିଲା। ତେବେ ସ୍ବତନ୍ତ୍ର ଏନ୍‌ଆଇଏ କୋର୍ଟ ୟାସିନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତାଙ୍କୁ ୨ଟି ମାମଲାରେ ଆଜୀବନ କାରାଦଣ୍ଡ ହୋଇଥିବା ବେଳେ ଅନ୍ୟ ୮ଟି ମାମଲାରେ ୧୦ ବର୍ଷ ଲେଖାଏଁ ଜେଲ୍‌ଦଣ୍ଡ ହୋଇଛି। ଏହା ସହିତ ୧୦ ଲକ୍ଷରୁ ଅଧିକ ଟଙ୍କାର ଜରିମାନା କରାଯାଇଛି। ଗତକାଲି ସ୍ବତନ୍ତ୍ର ଏନ୍‌ଆଇଏ ବିଚାରପତି ପ୍ରବୀଣ ସିଂହ ୟାସିନ ବିରୋଧରେ ଦଣ୍ଡାଦେଶ ଶୁଣାଇଛନ୍ତି। ସମସ୍ତ ଦଣ୍ଡାଦେଶକୁ ୟାସିନ ଏକକାଳୀନ ଭୋଗିବ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts