ପୁଲୱାମାରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ଜଣେ ଯବାନ ସହୀଦ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦକ୍ଷିଣ କାଶ୍ମୀରର ପୁଲୱାମା ଅଞ୍ଚଳରେ ରବିବାର ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଉପରେ ଆକ୍ରମଣ କରିଛନ୍ତି । ଯେଉଁଥିରେ ଜଣେ ସିଆରପିଏଫ୍ ଯବାନ ସହିଦ ହୋଇଥିବା ଜଣାପଡିଛି । କୁହାଯାଉଛି ଯେ, ସେହି ଅଞ୍ଚଳରେ ସ୍ଥାନୀୟ ପୋଲିସ ଓ ସିଆରପିଏଫ୍ ଯବାନମାନେ ମିଳିତ ଭାବେ ଚେକିଂ ପୋଷ୍ଟରେ ଚେକିଂ ଜାରି ରଖିଥିଲେ ।ଏହି ସମୟରେ ଆତଙ୍କୀମାନେ ହଠାତ୍ ସେଠାକୁ ଆସି ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଥିଲେ ।ଘଟଣାଟି ଗୋଙ୍ଗୁ କ୍ରସିଙ୍ଗ୍ ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି ।

ଆତଙ୍କୀଙ୍କ ଆକ୍ରମଣ ପରେ ସୁରକ୍ଷାକର୍ମୀମାନେ ସେହି ସ୍ଥାନକୁ ପୂରା ଅକ୍ତିଆର କରି ରଖିଛନ୍ତି । ତେବେ ଆକ୍ରମଣରେ ସହିଦ ହୋଇଥିବା ଜଣେ ସିଆରପିଏଫ୍ ଯବାନ ଜଣେ ଏଏସଆଇ ବୋଲି ସୂଚନା ମିଳିଛି । ଜଣେ ପୋଲିସ ଅଧିକାରୀଙ୍କ କହିବା ମୁତାବକ, ଆତଙ୍କବାଦୀମାନେ ସର୍କୁଲାର ରୋଡ୍ ଠାରେ ଆକ୍ରମଣ କରିବା ପରେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଥିଲେ । ଏହାପରେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତରଖାନାରେ ସୁରକ୍ଷାକର୍ମୀ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

Related Posts