ଶ୍ରୀନଗରର ଲାଲଚୌକରେ ଆତଙ୍କବାଦୀଙ୍କ କେନ୍ଦ୍ରୀୟ ସଂରକ୍ଷିତ ସୁରକ୍ଷା ବଳ ଉପରକୁ ଆକ୍ରମଣ: ଜଣେ ଯବାନ ଶହୀଦ

ଜମୁ କାଶ୍ମୀର: ଶ୍ରୀନଗରର ଲାଲଚୌକରେ ଆତଂକବାଦୀଙ୍କ ସୁରକ୍ଷା ବଳ ଉପରକୁ ଆକ୍ରମଣ । ଏହି ଆକ୍ରମଣରେ ଜଣେ ସିଆରପିଏଫ ଯବାନ ଶହୀଦ ହୋଇଛନ୍ତି । ଏଥିସହ ଅନ୍ୟ ଜଣେ ଆହତ ହୋଇଛନ୍ତି ବୋଲି ପୋଲିସ କହିଛି। ଆହତ ଯବାନଙ୍କୁ ଏବେ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଆକ୍ରମଣର ସୂଚନା ପାଇ ପୋଲିସ ଓ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ସେମାନେ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦି କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ଏହାପୂର୍ବରୁ ଆଜି ପୁଲୱାମା ଜିଲ୍ଲାରେ ଆତଙ୍କବାଦୀମାନେ ୨ଜଣ ବାହାର ରାଜ୍ୟର ଲୋକଙ୍କୁ ଗୁଳିକରି ହତ୍ୟା କରିଛନ୍ତି ।ଏନେଇ ବରିଷ୍ଠ ଅଧିକାରୀ କହିଛନ୍ତି ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟବାହର ଲୋକଙ୍କୁ ଆତଙ୍କବାଦୀଙ୍କ ଏହା ଦ୍ୱିତୀୟ ଆକ୍ରମଣ । ପୁଲୱାମାର ଲାଜୁରାରେ ସୋମବାର ଦ୍ୱିପ୍ରହରେ ଆତଙ୍କବାଦୀମାନେ ପଟଲେଶ୍ୱର କୁମାର ଓ ଜାକି ଚୌଧୁରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଦୁଇଜଣ ବିହାରର ବାସିନ୍ଦା ଥିଲେ ବୋଲି ଜଣାପଡ଼ିଛି ।

ଏହି ଘଟଣା ପରେ ପୋଲିସ ଓ ଅନ୍ୟସୁରକ୍ଷା ବଳର ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଘଟଣା ବିଷୟରେ ତଥ୍ୟ ସଂଗ୍ରହ କରିଛନ୍ତି। ସୁରକ୍ଷାକର୍ମୀମାନେ ଆକ୍ରମଣର ପ୍ରତ୍ୟକ୍ଷଦର୍ଶୀମାନଙ୍କୁ ମଧ୍ୟ ପଚରାଉଚୁରା କରିଛନ୍ତି। ପରେ ଆକ୍ରମଣ ହୋଇଥିବା ଅଞ୍ଚଳକୁ ସୁରକ୍ଷାକର୍ମୀ ସିଲ୍‌ କରି ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ସେଠାରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

Related Posts