କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାମାମଲା; ମାନସଙ୍କ ଘରେ କ୍ରାଇବ୍ରାଞ୍ଚର ପାଞ୍ଚ ଜଣିଆ ଟିମ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସିବାପରେ ଲାଗିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବାର ଶର୍ମିଷ୍ଠା ରାଉତଙ୍କୁ ପୁଲିସ ଗିରଫ କରିବା ସହ ତାଙ୍କ ନିକଟରୁ ପୁଲିସକୁ ଅନେକ ସୂଚନା ମିଳିଛି । ଏହା ମଧ୍ୟରେ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲାରେ ମାନସଙ୍କ ଘରେ ତଦନ୍ତ କରିବା ପାଇଁ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ ।

ମାନସ ସ୍ବାଇଁଙ୍କ ଘରକୁ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ଯାଇଛନ୍ତି । ନୟାଗଡ଼ ରଣପୁର ଅଞ୍ଚଳରେ ମାନସଙ୍କ ଘର । ତାଙ୍କ ପରିବାର ସଦସ୍ୟଙ୍କ ସହ ଟିମ୍ ଆଲୋଚନା କରିଥିବା ଜଣାପଡ଼ିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts